Advertisement
Categories: ଜାତୀୟ

କଂଗ୍ରେସର ହାତ ଛାଡ଼ିପାରନ୍ତି ରୋଶନ

ବେଙ୍ଗାଲୁର,୨୧।୫: ଏକ୍‌ଜିଟ୍‌ ପୋଲ୍‌ ଆସିବା ପରେ କର୍ନାଟକ କଂଗ୍ରେସରେ ବିଦ୍ରୋହର ମାହୋଲ ଦେଖାଦେଇଛି। ଏଥିଯୋଗୁ ରାଜ୍ୟ ଜେଡିଏସ୍‌ ଓ କଂଗ୍ରେସର ମେଣ୍ଟ ସରକାର ଉପରେ ସମସ୍ୟା ସୃଷ୍ଟି ହୋଇପାରେ ବୋଲି ଆଶଙ୍କା କରାଯାଉଛି। ଏକ୍‌ଜିଟ୍‌ ପୋଲ୍‌ର ଫଳାଫଳ ଆସିବା ପରେ କର୍ନାଟକର କଂଗ୍ରେସ ନେତା ରୋଶନ ବେଗ ଦଳ ଛାଡ଼ିବାକୁ ନେଇ ସଙ୍କେତ ଦେଇଛନ୍ତି। ନିର୍ବାଚନରେ ଦଳର ଖରାପ ପ୍ରଦର୍ଶନ ଏବଂ ମୁସଲମାନମାନଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗରେ ସେ ସୋମବାର ଦଳ ଛାଡିବାକୁ ସଙ୍କେତ ଦେଇଥିବା ଜଣାପଡ଼ିଛି। ଯଦି ଏପରି ହୁଏ ତେବେ କଂଗ୍ରେସକୁ ବଡ଼ ଝଟକା ଲାଗିବ ବୋଲି ଚର୍ଚ୍ଚା ହେଉଛି। ସୂଚନାଯୋଗ୍ୟ, କଂଗ୍ରେସ ଖୀଷ୍ଟଧର୍ମାବଲମ୍ବୀଙ୍କୁ କୌଣସି ଆସନ ପାଇଁ ଟିକେଟ ଦେଇ ନ ଥିବା ବେଳେ ମୁସଲମାନଙ୍କୁ ମାତ୍ର ଗୋଟିଏ ଟିକେଟ ଦେଇଥିବା ଜଣାପଡ଼ିଛି। ଯଦି ଏନଡିଏ ଶାସନକୁ ପୁଣି ଫେରୁଛି ତା’ହେଲେ ମୁସଲମାନମାନେ ପରିସ୍ଥିତି ସହ ଆପୋଷ ବୁଝାମଣା କରିନେବା ଉଚିତ୍‌ ବୋଲି ରୋଶନ କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share