Categories: ଜାତୀୟ

କଂଗ୍ରେସର ୭ ଲୋକ ସଭା ଏମ୍‌ପିଙ୍କ ଉପରୁ ହଟିବ ନିଲମ୍ବନ ଆଦେଶ: ବାଚସ୍ପତି

ନୂଆଦିଲ୍ଲୀ,୧୧।୩: କଂଗ୍ରେସର ୭ ଲୋକ ସଭା ଏମ୍‌ପିଙ୍କ ଉପରୁ ନିଲମ୍ବନ ଆଦେଶ ହଟିବ। ଏନେଇ ବାଚସ୍ପତି ଏମ୍‌ ବିରଳା ସର୍ବଦଳୀୟ ବୈଠକରେ ସୂଚନା ଦେଇଛନ୍ତି। ଗୃହ ଭିତରେ କାଗଜ ଛଡ଼ାଇ ଫିଙ୍ଗିବା ଅଭିଯୋଗରେ ଏହି ଏମ୍‌ପିମାନଙ୍କୁ ସମ୍ପୂର୍ଣ୍ଣ ଭାବେ ବଜେଟ ଅଧିବେଶନରୁ ନିଲମ୍ବନ କରାଯିବା ପାଇଁ ଆଦେଶ ଦିଆଯାଇଥିଲା। ତେବେ ଏହାକୁ କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳଙ୍କ ପକ୍ଷରୁ ଚାପ ପକାଯାଇଥିଲା। ବାଚସ୍ପତି ନିଲମ୍ବିତ ଏମ୍‌ପି ପୁଣି ଅଧିବେଶନରେ ଯୋଗଦେଇ ପାରିବେ ବୋଲ ଅନୁଷ୍ଠିତ ବୈଠକରେ କହିଛନ୍ତି।

Share