ନୂଆଦିଲ୍ଲୀ,୯।୭: କଂଗ୍ରେସ ଅଧ୍ୟକ୍ଷ ପଦରୁ ରାହୁଲ ଗାନ୍ଧୀ ଇସ୍ତଫା ଦେବା ପରେ ଏହାକୁ ନେଇ ଲାଗି ରହିଥିବା ଆଶା ଆଶଙ୍କାକୁ ଦେଖି ବରିଷ୍ଠ କଂଗ୍ରେସ ନେତା ଜନାର୍ଦ୍ଦନ ଦ୍ୱିବେଦୀ ମୁହଁ ଖୋଲିଛନ୍ତି। ସେ କହିଛନ୍ତି ଏଥିପାଇଁ ଏକ କାର୍ଯ୍ୟସମିତି ବୈଠକ ଡକାଯିବା ସହ ତୁରନ୍ତ ଅଧ୍ୟକ୍ଷ ପଦର ନାଁ ଘୋଷଣା କରିଦେବା ଉଚିତ୍। ସୂଚନାଯୋଗ୍ୟ, ଦ୍ୱିବେଦୀ ତାଙ୍କ ଜୀବନକାଳ କଂଗ୍ରେସ ଦଳରେ ହିଁ କଟାଇଛନ୍ତି। ବହୁଦିନ ଧରି ସେ ଦଳର ମହାସଚିବ ଭାବେ ମଧ୍ୟ କାମ କରିଛନ୍ତି। ୨୦୧୮ରେ ସେ ସ୍ବେଚ୍ଛାକୃତ ଭାବେ କଂଗ୍ରେସରୁ ଅବସର ନେଇଛନ୍ତି। ଜନାର୍ଦ୍ଦନ କଂଗ୍ରେସର ୫ଜଣ ଅଧ୍ୟକ୍ଷ ଇନ୍ଦିରା, ରାଜୀବ, ନରସିଂହ ରାଓ ଓ ସୋନିଆ ଗାନ୍ଧୀଙ୍କ ସହ କାମ କରିଛନ୍ତି। ଆଉ ସେ ସୋନିଆ ଓ ରାହୁଲଙ୍କ ଖୁବ୍ ନିକଟତର ବୋଲି କୁହାଯାଏ।