Categories: ଜାତୀୟ

କଂଗ୍ରେସ ଅଧ୍ୟକ୍ଷ ପଦରେ ରହିବା ଲାଗି ଇଚ୍ଛା ପ୍ରକାଶ କରିଥିଲେ ଏହି ପୂର୍ବତନ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ,୮।୬: ପୂର୍ବ କେନ୍ଦ୍ରମନ୍ତ୍ରୀ ତଥା ଅଲିମ୍ପିୟାନ୍‌ ଅସଲମ ଶେର ଖାଁ ୨ ବର୍ଷ ପାଇଁ କଂଗ୍ରେସ ଅଧ୍ୟକ୍ଷ ପଦରେ ରହିବାକୁ ଇଚ୍ଛା ପ୍ରକାଶ କରିଥିଲେ। ଯେତେବେଳେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଲୋକ ସଭା ନିର୍ବାଚନରେ ପରାଜୟ ପରେ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବାକୁ ଅଡି ବସିଥିଲେ ସେତେବେଳେ ଅସଲମ ଚିଠିଲେଖି କଂଗ୍ରେସ ଅଧ୍ୟକ୍ଷ ହେବାକୁ ଇଚ୍ଛା ପ୍ରକାଶ କରିଥିଲେ। ସେ କହିଥିଲେ ଯଦି ଅଧ୍ୟକ୍ଷ ପଦ ପାଇଁ ରାହୁଲ ଓ ଗାନ୍ଧୀ ପରିବାରର କୌଣସି ସଦସ୍ୟ ଅରାଜି ଅଛନ୍ତି ତେବେ ୨ ବର୍ଷ ଲାଗି ତାଙ୍କୁ ସେହି ପଦବୀ ଦିଆଯାଉ।

Share