ମୁମ୍ବାଇ,୩୦।୭: ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବାବେଳେ କଂଗ୍ରେସ-ଏନ୍ସିପିର ୪ ବିଧାୟକ ମଙ୍ଗଳବାର ଇସ୍ତଫା ଦେଇଛନ୍ତି। ସେମାନେ ବୁଧବାର ଭାଜପାରେ ଯୋଗ ଦେବାର କାର୍ଯ୍ୟକ୍ରମ ଥିବା କୁହାଯାଉଛି। ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ାନଭୀସ୍ଙ୍କ ଉପସ୍ଥିିତିରେ ସେମାନେ ଭାଜପାରେ ଯୋଗଦେବେ। ରାଜ୍ୟ ମନ୍ତ୍ରୀ ଗିରିଶ ମହାଜନ କହିଛନ୍ତି ଯେ, ଖୁବ୍ ଶୀଘ୍ର ୫୦ ଜଣ ବିଧାୟକ ଭାଜପାରେ ଯୋଗଦେବାର ଯୋଜନା ରହିଛି। ସୂଚନା ଯୋଗ୍ୟ, ଏନସିପି ଅଧ୍ୟକ୍ଷ ଶରଦ୍ ପାଓ୍ବାରା ଦୁଇ ଦିନ ତଳେ କହିଥିଲେ ଯେ, ଭାଜପା ତାଙ୍କ ଦଳ ସଦସ୍ୟଙ୍କୁ ନିଜ ପଟକୁ ନେଇ ଦଳକୁ ଦୁର୍ବଳ କରିବାର ଯୋଜନା କରୁଛି। ଏହା ପରେ ପରେ ଏହି ଘଟଣା ଘଟିଥିବା କୁହାଯାଉଛି।