Categories: ଜାତୀୟ

କଂଗ୍ରେସ ଏମ୍‌ପିଙ୍କ ପାଇଁ ଭୋଟ ମାଗିଲେ ମୁକେଶ ଅମ୍ବାନୀ

ମୁମ୍ବାଇ, ୧୮।୪: ଦେଶର ସବୁଠୁ ଧନୀ ଉଦ୍ୟୋଗପତି ମୁକେଶ ଅମ୍ବାନୀ କଂଗ୍ରେସ ଟିକେଟରେ ଦକ୍ଷିଣ ମୁମ୍ବାଇରୁ ପ୍ରାର୍ଥୀ ହୋଇଥିବା ମିଲିନ୍ଦ ଦେଓରାଙ୍କୁ ଭୋଟ ଦେବାକୁ ଅପିଲ କରିଛନ୍ତି। ମୁକେଶଙ୍କ ଭାଇ ଅନୀଲ ଅମ୍ବାନିଙ୍କୁ କଂଗ୍ରେସ ବାରମ୍ବାର ଟାର୍ଗେଟ କରୁଥିବାବେଳେ ଗୁରୁବାର କଂଗ୍ରେସ ପ୍ରାର୍ଥୀଙ୍କ ସମର୍ଥନରେ ସେ ବାହାରିବାକୁ ଚର୍ଚ୍ଚା ଉଠିଛି। ମିଲିନ୍ଦ ନିଜ ଟୁଇଟର ଅକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରିଛନ୍ତି। ଭିଡିଓରେ ମୁକେଶ କହିଛନ୍ତି, ମିଲିନ୍ଦ ହେଉଛନ୍ତି ଦକ୍ଷିଣ ମୁମ୍ବାଇର ଲୋକ। ସାମାଜିକ, ଅର୍ଥନୀତିକ ଓ ସାଂସ୍କୃତିଙ୍କ କ୍ଷେତ୍ରରେ ମିଲିନ୍ଦଙ୍କ ଗଭୀର ଜ୍ଞାନ ରହିଛି। ତେଣୁ ତାଙ୍କୁ ସମର୍ଥନ ଦେବା ପାଇଁ ସେ ଅପିଲ କରିଛନ୍ତି।

Share