କଂଗ୍ରେସ କର୍ମୀ ସମ୍ମିଳନୀ, ମିଶ୍ରଣ ପର୍ବ

ହାଟଡିହୀ,୧୭।୪(ଡି.ଏନ.ଏ.): ଆନନ୍ଦପୁର ନିର୍ବାଚନମଣ୍ଡଳୀ ହାଟଡିହୀ ବ୍ଲକ ୩୭ ନଂ ଜୋନ୍‌ର ସଡ଼ଙ୍ଗଠାରେ କଂଗ୍ରେସ କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀ କଂଗ୍ରେସର ବରିଷ୍ଠ ନେତା ଶିଳ୍ପପତି ଅଲେଖ ଚନ୍ଦ୍ର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଆୟୋଜିତ ସମ୍ମିଳନୀରେ ବହୁ ସଂଖ୍ୟାରେ ଅନ୍ୟ ଦଳର କର୍ମୀ କଂଗ୍ରେସକୁ ସମର୍ଥନ ଦେବେ ବୋଲି ସାମିଲ ହୋଇ ସହ ସଂକଳ୍ପ ନେଇଛନ୍ତି; ଯାହା କି  ବିରୋଧୀଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ଏହି ସମ୍ମିଳନୀରେ ୧୦ ହଜାରରୁ ଊର୍ଦ୍ଧ୍ୱ କର୍ମୀଙ୍କ ସମାଗମ ହୋଇଥିଲା। ଅନ୍ୟପକ୍ଷରେ ଏହିଭଳି ଟୁକୁଣାଠାରେ ମଧ୍ୟ ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଉକ୍ତ ସମ୍ମିଳନୀରେ ୮ ହଜାରରୁ ଊର୍ଦ୍ଧ୍ୱ କର୍ମୀଙ୍କ ସମାଗମ ହୋଇଥିଲା। ଆୟୋଜିତ ବୈଠକରେ ପୂର୍ବତନ ଏମ୍‌ପି ପ୍ରାର୍ଥୀ ସଂଗ୍ରାମ ଯେନା, ଚିତ୍ତରଞ୍ଜନ ପାତ୍ର, ବିଷ୍ଣୁପଦ ନାୟକ, ଭିକାରୀ ଚରଣ ବେହେରା, ଚିତ୍ତରଞ୍ଜନ  ସାହୁ, ଶ୍ରୀକାନ୍ତ ସାଇଁ, ବାସୁଦେବ ଜେନା, ଅନାଥ ଚରଣ ନାୟକ, ମୁରଲୀଧର ନାୟକ, ମାନସ ବେହେରା, ଲଲାଟେନ୍ଦୁ ନାୟକ, ଶିବଚରଣ ବେହେରା, ବାପି ନାୟକ, ଆଲୋକ ସା, କୀର୍ତ୍ତନ ମାଝି, ବିଦ୍ୟାଧର ବଳ, ସୁଦାମ କାଣ୍ଡି ପ୍ରମୁଖ ଉପସ୍ଥିତି ରହି କଂଗ୍ରେସକୁ  ଭୋଟ ଦେଇ ଜିତାଇବା ପାଇଁ କର୍ମୀଙ୍କୁ କହିଥିଲେ। ପ୍ରଦୀପ ବେହେରା, ବୈଲୋଚନ ନାୟକ, ପରେଶ ରାଉତ, ପୂର୍ଣ୍ଣଚନ୍ଦ୍ର ପାତ୍ର, ନିରାକର ରାଉତ, ରବୀନ୍ଦ୍ର ମହାପାତ୍ର, ଯୁବନେତା ଜଗନ୍ନାଥ ନାୟକ, ଲଲାଟେନ୍ଦୁ ଜେନା ପ୍ରମୁଖ ଉପସ୍ଥିତ ଥିଲେ।