Categories: ଜାତୀୟ

କଂଗ୍ରେସ, କେଜରିଓ୍ବାଲଙ୍କ ଉପରେ ବର୍ଷିଲେ ଶାହା

ନୂଆଦିଲ୍ଲୀ,୫।୧: ଦେଶରେ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ସୃଷ୍ଟି ହୋଇଥିବା ହିଂସା ପାଇଁ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା, କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଦାୟୀ। ଏଭଳି ମତ ରଖିଛନ୍ତି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ। ରବିବାର ନୂଆଦିଲ୍ଲୀଠାରେ ଆୟୋଜିତ ‘ବୁଥ୍‌ କାର୍ଯ୍ୟକର୍ତ୍ତା ସମ୍ମିଳନୀ’ରେ ଯୋଗଦେଇ ସେ ଏହା କହିଛନ୍ତି। କଂଗ୍ରେସ କହିଲା ସିଏଏ ପକ୍ଷପାତିତା, ରାହୁଲ କହିଲେ ଏହା ଗରିବଙ୍କ ପ୍ରତି ପ୍ରହାର ଭଳି, ପ୍ରିୟଙ୍କା କହିଲେ ଏହା ଅସାମ୍ବିଧାନିକ। ଏହାକୁ ନେଇ ଦେଶରେ ହିଂସା ପରିସ୍ଥିତି ସୃଷ୍ଟି ହେଲା। କଂଗ୍ରେସର ଏହି ଯୁକ୍ତି ଆଦୌ ଠିକ୍‌ ନୁହେଁ ବୋଲି ଶାହା କହିଛନ୍ତି। ସେ ଆହୁରି ମଧ୍ୟ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍‌ ଆଦମୀ ପାର୍ଟି(ଏଏପି) ନେତା ଅରବିନ୍ଦ କେଜରିଓ୍ବାଲଙ୍କୁ ଟାର୍ଗେଟ କରିଛନ୍ତି। କେଜରିଓ୍ବାଲ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ରାଜଧାନୀରେ କୌଣସି ଉନ୍ନତି ମୂଳକକାର୍ଯ୍ୟ କରି ନାହାନ୍ତି ବୋଲି ଶାହା କହିଛନ୍ତି। ସେ କଥା ଦେଇଥିଲେ ରାଜଧାନୀରେ ୧୫ ଲକ୍ଷ ସିସିଟିଭି କ୍ୟାମେରା ଲଗାଇବାକୁ। ଅସ୍ଥାୟୀ ଶିକ୍ଷକ ଓ କର୍ମଚାରୀଙ୍କୁ ସ୍ଥାୟୀ କରିବାକୁ। ହେଲେ ସେ ତାଙ୍କର କୌଣସି କଥା ରଖି ନାହାନ୍ତି ବୋଲି ଶାହା କହିଛନ୍ତି।

Share