Categories: ଜାତୀୟ

କଂଗ୍ରେସ ଛାଡ଼ିବେନି ସିଦ୍ଧୁ

ଅମୃତସର୍‌,୨୫ା୭(ପି.ଟି.): ପଞ୍ଜାବ ମନ୍ତ୍ରିମଣ୍ଡଳ ଅଦଳବଦଳରେ ଅସନ୍ତୁଷ୍ଟ ହୋଇ ମନ୍ତ୍ରୀପଦ ଛାଡ଼ିଥିବା ସିଦ୍ଧୁ କିଛିଦିନର ନୀରବତା ପରେ ବୁଧବାର ସମର୍ଥକଙ୍କୁ ଭେଟିଛନ୍ତି। ଅମୃତସର୍‌ସ୍ଥିତ ନିଜ ବାସଭବନରେ ସେ କେତେକ ସ୍ଥାନୀୟ କାଉନ୍‌ସିଲରଙ୍କୁ ମଧ୍ୟ ଭେଟିଥିଲେ। ସେ କଂଗ୍ରେସ ଛାଡ଼ୁନାହାନ୍ତି ବୋଲି ସମର୍ଥକମାନଙ୍କୁ କହିବା ସହ ଦଳ ପାଇଁ ନିଷ୍ଠାର ସହ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ। ପ୍ରକାଶଥାଉ କି, ଭାଜପାରେ କୋଣଠେସା ହେବା ପରେ ସିଦ୍ଧୁ ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସରେ ଯୋଗ ଦେଇଥିଲେ। ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂଙ୍କ ସହ ତାଙ୍କର କେତେକ କଥାକୁ ନେଇ ବାକ୍‌ଯୁଦ୍ଧ ହୋଇଥିଲା। ଏହାପରେ ଜୁନ୍‌ ୬ ମନ୍ତ୍ରିମଣ୍ଡଳ ଅଦଳବଦଳ ବେଳେ ସିଦ୍ଧୁଙ୍କୁ ପର୍ଯ୍ୟଟନ ବିଭାଗ ମିଳିବାରୁ ସେ ଅସନ୍ତୁଷ୍ଟ ହୋଇ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ।

Share