କଂଗ୍ରେସ ଛାଡ଼ିଲେ ଡାକ୍ତର ଅଶ୍ୱିନୀ ପୂଜାହାରୀ

ଭୁବନେଶ୍ୱର, ସମ୍ବଲପୁର,୧।୭(ବ୍ୟୁରୋ):୨୦୧୯ ସାଧାରଣ ନିର୍ବାଚନରେ ସମ୍ବଲପୁର ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ହୋଇଥିବା ଡା. ଅଶ୍ୱିନୀ ପୂଜାହାରୀ ରବିବାର ଦଳରୁ ଇସ୍ତଫା ଦେଇଛନ୍ତି। ପିସିସି ସଭାପତି ଓ ଏଆଇସିସି ଅଧ୍ୟକ୍ଷଙ୍କୁ ସେ ଇସ୍ତଫାପତ୍ର ପ୍ରଦାନ କରିଥିବା କହିଛନ୍ତି। ଦଳ ଛାଡ଼ିବା ପଛରେ କାରଣ ସମ୍ପର୍କରେ ସେ କହିଛନ୍ତି, ନିର୍ବାଚନ ସମୟରେ ହାତଗଣତି କେତେଜଣ କର୍ମକର୍ତ୍ତାଙ୍କୁ ଛାଡ଼ିଦେଲେ ଅନ୍ୟ କେହି ତାଙ୍କୁ ସହଯୋଗ କଲେନାହିଁ। ଓଲଟି ଅନ୍ୟ ଦଳକୁ ପରୋକ୍ଷରେ ସମର୍ଥନ କଲେ। ମୋତେ ଯେତିକି ଭୋଟ ମିଲିଥିଲା ତାହା ମୋର ବ୍ୟକ୍ତିତ୍ୱ ପାଇଁ। ସେହିପରି କଂଗ୍ରେସର ଦଳୀୟ ବୈଠକରେ ଗାଳିିଗୁଳଜ କରାଯାଇଥିଲା। କର୍ମୀମାନେ ଆକ୍ରୋସମୂଳକ ଭାବେ ବିଭିନ୍ନ ଭାଷାରେ ଗାଳିଦେଇ ମୋତେ ଅପମାନିତ କଲେ। ଯେଉଁ ଦଳରେ ସମ୍ମାନ ନାହିଁ ସେ ଦଳରେ ରହିବାକୁ ଇଚ୍ଛା ହେଲାନାହିଁ ବୋଲି ପୂଜାହାରୀ କହିଥିଲେ। ଏ ସମ୍ପର୍କରେ ଜିଲା କଂଗ୍ରେସ ସଭାପତି ଅଶ୍ୱନୀ ଗୁରୁଙ୍କୁ ପଚାରିବାରୁ ପୂଜାହାରୀଙ୍କ ଇସ୍ତଫା ସମ୍ପର୍କରେ ତାଙ୍କ ପାଖରେ କୌଣସି ଖବର ନ ଥିବା କହିଛନ୍ତି।

Share