Categories: ଜାତୀୟ

କଂଗ୍ରେସ ଜାରି କଲା ଷ୍ଟାର ପ୍ରଚାରକଙ୍କ ତାଲିକା

ନୂଆଦିଲ୍ଲୀ,୨୨।୧: ଦିଲ୍ଲୀ ନିର୍ବାଚନ ପ୍ରଚାର ପାଇଁ ବୁଧବାର କଂଗ୍ରେସ ପକ୍ଷରୁ ଷ୍ଟାର ପ୍ରଚାରକଙ୍କ ତାଲିକା ପ୍ରକାଶ ପାଇଛି। ଏହି ତାଲିକାରେ ପୂର୍ବତନ କ୍ରିକେଟର ତଥା କଂଗ୍ରେସ ବିଧାୟକ ନବଜୋତ ସିଂ ସିଦ୍ଧୁଙ୍କ ନାମ ରହିଛି। ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପଟେନ୍‌ ଅମରିନ୍ଦର ସିଂହଙ୍କ ସହ ସିଦ୍ଧୁଙ୍କର ମତଭେଦ ହେବା ପରେ ବି ତାଙ୍କୁ ନିର୍ବାଚନ ପ୍ରଚାରରେ କଂଗ୍ରେସ ମୁଖ୍ୟ ଦାୟିତ୍ୱ ଦେଇଛି। ସେହିପରି ଏହି ଷ୍ଟାର ପ୍ରଚାରକଙ୍କ ତାଲିକାରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, କଂଗ୍ରେସର ଅସ୍ଥାୟୀ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀ ମଧ୍ୟ ରହିଛନ୍ତି। ଏତଦ୍‌ବତୀତ ଭାଜପାର ହାତ ଛାଡି କଂଗ୍ରେସରେ ଯୋଗଦେଇଥିବା ଶତ୍ରୁଘ୍ନ ସିହ୍ନା, ଉଦିତ ରାଜ ଏବଂ କୀର୍ତ୍ତି ଆଜାଦଙ୍କ ନାଁ ମଧ୍ୟ ଏହି ଷ୍ଟାର ପ୍ରଚାରକ ତାଲିକାରେ ରହିଛି। ସେହିଭଳି ପୂର୍ବତନ ଏମ୍‌ପି ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସହ ଶର୍ମିଷ୍ଠା ମୁଖାର୍ଜୀ, ରାଗିନୀ ନାୟକ, କପିଲ ସିବଲ, ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ସିଂହ ହୁଡ୍ଡା ଓ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ହରୀଶ ରାୱତଙ୍କ ଭଳି ନେତା ନିର୍ବାଚନୀ ପ୍ରଚାର କରି ଦିଲ୍ଲୀବାସୀଙ୍କୁ କଂଗ୍ରେସ ପାଇଁ ଭୋଟ ଭିକ୍ଷା କରିବେ।

Share