କଂଗ୍ରେସ ଦେଲା ଖଣି ବନ୍ଦ ଚେତାବନୀ

ତାଳଚେର,୩ା୮(ନି.ପ୍ର.)

ତାଳଚେରସ୍ଥିତ ଭରତପୁର ଖଣି ଦୁର୍ଘଟଣାରେ ମୃତାହତ ଶ୍ରମିକଙ୍କୁ ନେଇ ଭାଜପା ଏବଂ ବିଜେଡି ରାଜନୀତି କରୁଥିବା କଂଗ୍ରେସ ଅଭିଯୋଗ କରିଛି। ଏକ ଖବରଦାତା ସମ୍ମିଳନୀରେ ଦଳ ପକ୍ଷରୁ କୁହାଯାଇଛି ଯେ, ଦୁର୍ଘଟଣା ବେଳେ ଘଟଣାସ୍ଥଳରେ କେତେ ଶ୍ରମିକ କାର୍ଯ୍ୟ କରୁଥିଲେ ତାହାର ବିବରଣୀ ସମ୍ପର୍କରେ ସ୍ପଷ୍ଟ କୁହାଯାଉନାହିଁ। ମୃତ ଶ୍ରମିକଙ୍କ ପରିବାରକୁ ସରକାରୀ ସହାୟତା ରାଶି ବ୍ୟତୀତ ଅନ୍ୟ କୌଣସି ସହାୟତା ପ୍ରଦାନ କରାଯାଇନାହିଁ। ତୁରନ୍ତ ମୃତ ଶ୍ରମିକଙ୍କ ପରିବାରକୁ ଏମ୍‌ସିଏଲରେ ସ୍ଥାୟୀ ନିଯୁକ୍ତି ସହ ୮୦ ଲକ୍ଷ ଟଙ୍କା ଲେଖାଏ କ୍ଷତିପୂରଣ, ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ଦୋଷୀମାନଙ୍କୁ ଦଣ୍ଡବିଧାନ, ସମସ୍ତ କୋଇଲା ଖଣିରେ ସୁରକ୍ଷା ସମ୍ବନ୍ଧରେ ଜନସାଧାରଣଙ୍କୁ ଅବଗତ କରାଯିବା, କାର୍ଯ୍ୟରତ ଶ୍ରମିକମାନଙ୍କୁ ସ୍ପତନ୍ତ୍ର ପରିଚୟପତ୍ର ପ୍ରଦାନ ପାଇଁ କଂଗ୍ରେସ ଦାବି କରିଛି। ଖଣି ଅଞ୍ଚଳରେ ଏସ୍‌ମା ଲାଗୁ ଥିଲେ ବି ଶାସକ ଦଳଗୁଡ଼ିକ ଆନ୍ଦୋଳନ କଲେ ତାହା ଲାଗୁ ହେଉ ନାହିଁ। କିନ୍ତୁ ଖଣି କ୍ଷତିଗ୍ରସ୍ତ ପ୍ରଜା ଆନ୍ଦୋଳନ କଲେ ସେମାନଙ୍କୁ ଦମନ କରିବାକୁ ଏସମା ଲାଗୁ କରାଯାଉଥିବା କଂଗ୍ରେସ ଅଭିଯୋଗ କରିଛି। ଜିଲା ପ୍ରଶାସନ ଓ ଏମ୍‌ସିଏଲ୍‌ ଏହାର ସମାଧାନ ଖୁବ୍‌ଶୀଘ୍ର ନ କଲେ ଆଗାମୀ ୬ ତାରିଖରୁ ସମସ୍ତ କୋଇଲା ଖଣିକୁ ବନ୍ଦ କରାଯିବ ବୋଲି ବରିଷ୍ଠ କଂଗ୍ରେସ ନେତା ପ୍ରଫୁଲ୍ଲ ଚନ୍ଦ୍ର ଦାସ, ବ୍ଲକର ପୂର୍ବତନ ଅଧ୍ୟକ୍ଷ ଦିଗମ୍ବର ଗଡ଼ନାୟକ, ପୂର୍ବତନ ନଗରପାଳ କେଶବ ଭୂତିଆ, ନଗର କଂଗ୍ରେସ ସଭାପତି ମାନସ ରଞ୍ଜନ ବାଇ, ଛାତ୍ର କଂଗ୍ରେସ ସଭାପତି ସତ୍ୟଜିତ ନନ୍ଦ, ନଗର କାର୍ଯ୍ୟକାରୀ ସଭାପତି ମହମ୍ମଦ ଜାଭିର ପ୍ରମୁଖ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସକାଳୁ ସକାଳୁ ଡ୍ୟୁଟି କରିବାକୁ ଯାଉଥିଲେ, ବାଟରେ ଛକି ବସିଥିଲା ଯମ

ଅନୁଗୋଳ,୨୦।୧୨: ଡ୍ୟୁଟି ପାଇଁ ଯାଉଥିବା ବେଳେ ଦୁଇ ଜଣଙ୍କ ଉପରେ ମାଡ଼ିଗଲା ଟ୍ରକ। ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଆହତ ହୋଇଛନ୍ତି। ଅନୁଗୋଳ...

୬ ମାସ ଭିତରେ ବିଧାୟକ ଟଙ୍କାଟିଏ ଆଣିପାରିନାହାନ୍ତି: ନରେନ୍ଦ୍ର

ପାଲଲହଡ଼ା,୧୫।୧୨(ଦିବ୍ୟଜ୍ୟୋତି ଦାଶ): ଅନୁଗୋଳ ଜିଲା ପାଲଲହଡ଼ାଠାରେ ଥିବା ଦ୍ୱିତୀୟ ଚିଲିକା, ଖୁଲୁଡି ଏବଂ ବୁଲାଝରକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦେବାକୁ ବିଧାୟକ ଅଶୋକ ମହାନ୍ତି ରାଜ୍ୟ ସରକାରଙ୍କ...

ଘରେ ପଶି ଯୁବକଙ୍କୁ ଗୁଳିମାଡ଼

ଅନୁଗୋଳ,୨୯।୧୧: ଅନୁଗୋଳ ଜିଲା ବାଗଡ଼ିଆ ଥାନା ବାଗଡିଆ ଗାଁରେ ଶୁକ୍ରବାର ଏକ ଅଘଟଣ ଘଟିଛି। ଜଣେ ବ୍ୟକ୍ତି ଘର ଭିତରେ ପଶି ଯୁବକଙ୍କୁ ଗୁଳିମାଡ଼ କରିଛନ୍ତି।...

ମୃତଦେହ ଆସିବାକୁ ଅପେକ୍ଷା କରିଥିବାବେଳେ ଘରୁ ଡକାୟତି

ବଇଣ୍ଡା, ୨୭ା୧୧ (ପରିକ୍ଷିତ ସାହୁ): ଦୁର୍ଘଟଣାରେ ଜଣେ ସଦସ୍ୟ ପ୍ରାଣ ହରାଇଥିବାରୁ ପରିବାର ଲୋକେ ଭାଙ୍ଗି ପଡ଼ିଥିଲେ। ଖବରପାଇ ଶୋକସନ୍ତପ୍ତ ପରିବାରକୁ ସାନ୍ତ୍ୱନା ଦେବାକୁ ବନ୍ଧୁବାନ୍ଧବ...

କ’ଣ ପଦେ କହିଦେଲେ ବୋଲି…ଜନ୍ମକଲା ବୃଦ୍ଧା ମା’ଙ୍କୁ ପିଟି ପିଟି ମାରିଦେଲେ ପୁଅ

ଅନୁଗୋଳ,୨୪।୧୧( ମାନସ ବିଶ୍ୱାଳ)- ସାମାନ୍ୟ ପାଟି ତୁଣ୍ଡକୁ ନେଇ ମା’କୁ ହତ୍ୟା। ଅନୁଗୋଳ ଟାଉନ ଥାନା ଅନ୍ତର୍ଗତ ସୁସୁଡା ଗ୍ରାମରେ ଏଭଳି ଅଭାବନୀୟ ଘଟଣା ସାମ୍ନାକୁ...

ସ୍କୁଲ ସମୟରେ ବଜାରରୁ ଆଳୁ ବୋହିଲେ ଛାତ୍ର

ଅନୁଗୋଳ,୯ା୧୧(ଜ୍ୟୋତିରଞ୍ଜନ ସାହୁ):ସ୍କୁଲରେ ପାଠପଢ଼ା ଚାଲିଥିବା ବେଳେ ୨ ଜଣ ଛାତ୍ର ସାଇକେଲ ନେଇ ବଜାର ଯିବା ସହ ମଧ୍ୟାହ୍ନଭୋଜନ ପାଇଁ ବସ୍ତାରେ ଆଳୁ କିଣି ଆଣିବା...

ଭାରପ୍ରାପ୍ତ ଅଧିକାରୀଙ୍କୁ ନେଇ ଚାଲିଛି ଉପଖଣ୍ଡ ପ୍ରଶାସନ

ଆଠମଲ୍ଲିକ, ୩।୧୧ (ଉଦୀପ୍ତ ପୁରୋହିତ): ଅନୁଗୋଳ ଜିଲା ଆଠମଲ୍ଲିକ ଉପଖଣ୍ଡରେ ଥିବା ବିଭିନ୍ନ ବିଭାଗରୁ ଅଧିକାରୀଙ୍କ ବଦଳି ହେଉଛି। କେତେଜଣଙ୍କୁ ପଦୋନ୍ନତି ଦିଆଯାଇ ଅନ୍ୟତ୍ର ନିଆଯାଉଛି।...

ଜାପାନରେ ବିଜ୍ଞାନ ବିନିମୟ କାର୍ଯ୍ୟକ୍ରମରେ ଓଡ଼ିଆ ପୁଅ

ଅନୁଗୋଳ, ୩।୧୧(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ଚମ୍ପତିମୁଣ୍ଡାସ୍ଥିତ ପିଏମ୍‌ଶ୍ରୀ ଜବାହର ନବୋଦୟ ବିଦ୍ୟାଳୟ ଏକାଦଶ ଶ୍ରେଣୀର ଛାତ୍ର ଯୁବ ବିଜ୍ଞାନୀ ତେଜସ ଦାଶ ଜାପାନର ଟୋକିଓରେ ଆୟୋଜିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri