ଆଲିଗଡ଼, ୧୭ା୧୦(ପି.ଟି.): ଉତ୍ତରପ୍ରଦେଶର ଆଲିଗଡ଼ ଜିଲାରେ ଜଣେ ସ୍ଥାନୀୟ କଂଗ୍ରେସ ନେତାଙ୍କୁ ଗୁଳିକରି ହତ୍ୟା କରାଯାଇଛି। ଜମି ବିବାଦକୁ ନେଇ ଏଭଳି ଗୁଳିମାଡ଼ କରାଯାଇଥିବା ଜଣାପଡ଼ିଛି। ତାଙ୍କ ନାମ ମହମ୍ମଦ ଫାରୁକ୍। ସମ୍ସାଦ୍ ମାର୍କେଟ ନିକଟ ଅଫିସରେ ସେ ଥଇବାବେଳେ ମୋଟର ସାଇକେଲରେ ଦୁଇ ଅପରାଧୀ ଆସି ତାଙ୍କ ଉପରକୁ ଆଖିବୁଜା ଗୁଳିମାଡ଼ କରି ଚାଲିଯାଇଥିଲେ। ସେଠାରେ ଥିବା ଲୋକମାନେ ଗୁଳିମାଡ଼ ଶୁଣି ରୁଣ୍ଡ ହୋଇଯିବା ସହ ଜଣକୁ କାବୁ କରିଥିଲେ ହେଁ ଅନ୍ୟ ଅପରାଧୀ ଗୁଳିଫୁଟାଇ ତାଙ୍କୁ ଉଦ୍ଧାର କରି ନେଇଥିଲେ। ପରେ ଫାରୁକଙ୍କୁ ହସ୍ପିଟାଲ ନିଆଯାଇଥିବାବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।