କଂଗ୍ରେସ ନେତାଙ୍କୁ ନଜରବନ୍ଦୀ ଘଟଣା: ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ପୂର୍ବତନ ଏମ୍‌ପି

ଖଇରା, ୨୩ା୬(ଉତ୍କଳବନ୍ଧୁ ପଣ୍ଡା): ଗୁରୁବାର ୫-ଟି ସଚିବଙ୍କ ଖଇରା ଗସ୍ତ ଅବସରରେ ଖଇରା ଓ ସିମୁଳିଆ ପୋଲିସ କଂଗ୍ରେସ ନେତାଙ୍କୁ ଆସାମୀ ଭଳି ବ୍ୟବହାର କରିବା ସିମୁଳିଆ ନିର୍ବାଚନ ମଣ୍ଡଳୀର ଯୁବ କଂଗ୍ରେସ ସଭାପତି ନିରଞ୍ଜନ ପରିଡାଙ୍କୁ ତାଙ୍କ ବାସଭବନ ଚାରିପଟୁ ନଜରବନ୍ଦୀ କରି ରଖିବାକୁ କଂଗ୍ରେସ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ କରାଯାଇଛି। ରାଜ୍ୟ ସରକାରଙ୍କ ଜଣେ ସଚିବଙ୍କ ପାଇଁ ନେତା ମନ୍ତ୍ରୀ ଟେଣ୍ଟ ପ୍ରସ୍ତୁତ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଓଡ଼ିଶା ଇତିହାସରେ ଏକ କଳଙ୍କିତ ଘଟଣା। ଏଭଳି ଘଟଣାକୁ ଭଦ୍ରକର ପୂର୍ବତନ ଏମ୍‌ପି ଅନନ୍ତ ପ୍ରସାଦ ସେଠୀ କଡା ନିନ୍ଦା କରିଥିବା ବେଳେ ଆଗାମୀ ଦିନରେ କଂଗ୍ରେସ ଏହାର ଜବାବ ଦେବ ବୋଲି ଏକ ପ୍ରେସମିଟ୍‌ରେ କହିଛନ୍ତି। ସେ ଏଥିସହ ୫-ଟିରେ ଚାଲିଥିବା କାର୍ଯ୍ୟର ସ୍ବଚ୍ଛତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ବିଦ୍ୟାଳୟରେ ଆବଶ୍ୟକ ଶିକ୍ଷକ ଓ ଡାକ୍ତରଖାନାରେ ବହୁ ଡାକ୍ତର ପଦବୀ ଖାଲି ପଡିଥିବା ବେଳେ କେବଳ ଏହା ଅଯଥା ଅପଚୟ। କେବଳ ପାର୍ଟି ପାଣ୍ଠି ବଢାଇବା ପାଇଁ ଏହି ବିଭାଗ ସୃଷ୍ଟି କରାଯାଇଛି। ମୁଖ୍ୟମନ୍ତ୍ରୀ ତାଙ୍କୁ ପଠାଇଥିବା କହି ମୁଖ୍ୟମନ୍ତ୍ରୀ କ୍ଷମତାର ଦୁରୁପଯୋଗ କରୁଥିବା ନେଇ ଯୁବ ସଭାପତି ପରିଡା ମତବ୍ୟକ୍ତ କରିଛନ୍ତି।