Categories: ଜାତୀୟ

କଂଗ୍ରେସ ନେତାଙ୍କୁ ସୋନିଆଙ୍କ ନିର୍ଦ୍ଦେଶ:ମତଭେଦ ଭୁଲି ବୟାନ ଦେବାରୁ ବିରତ ରୁହନ୍ତୁ

ନୂଆଦିଲ୍ଲୀ, ୬।୯: ମଧ୍ୟ ପ୍ରଦେଶରେ କଂଗ୍ରେସରେ ଲାଗି ରହିଥିବା ମଦଭେଦକୁ ନେଇ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଚିନ୍ତିତ ଅଛନ୍ତି। ସମସ୍ତ ମତଭେଦ ଭୁଲି ସାର୍ବଜନୀନ ବୟାନ ଦେବାରୁ ବିରତ ରହିବାକୁ ସେ କଂଗ୍ରେସ ନେତାମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମଧ୍ୟପ୍ରଦେଶରେ ଗତ କିଛିଦିନ ହେବ କମଳନାଥ ସରକାରଙ୍କ ବିରୋଧରେ ନିଜ ଦଳର ବିଧାୟକମାନେ ଭ୍ରଷ୍ଟାଚାର ଅଭିଯୋଗ ଆଣିଥିଲେ। ଜ୍ୟୋର୍ତିଆଦିତ୍ୟ ସିନ୍ଧିଆଙ୍କ ସମର୍ଥକ କିଛି ମନ୍ତ୍ରୀଙ୍କ ବିରୋଧରେ ପୋଷ୍ଟର ମଧ୍ୟ ଲଗାଇଥିଲେ। ସେମାନେ ସିନ୍ଧିଆଙ୍କୁ ରାଜ୍ୟ ପ୍ରଦେଶ କମିଟି ଅଧ୍ୟକ୍ଷ କରିବାକୁ ଦାବି କରିଛନ୍ତି। ଏନେଇ ଗୁରୁବାର ମୁଖ୍ୟମନ୍ତ୍ରୀ କମଳନାଥ ଏକ ଜରୁରୀକାଳୀନ ବୈଠକ ଡକାଇ ଥିଲେ।

Share