Categories: ଜାତୀୟ

କଂଗ୍ରେସ ନେତାଙ୍କୁ ୧.୦୪ କୋଟିର ନୋଟିସ

ମୋରାଦାବାଦ,୧୭ା୨ (ପି.ଟି.): ସିଏଏ ବିରୋଧୀ ବିକ୍ଷୋଭକାରୀଙ୍କୁ ସାମ୍ବୋଧନ କରିଥିବା କଂଗ୍ରେସ ନେତା ଇମ୍ରାନ୍‌ ପ୍ରତାପଗଡ଼ୀଙ୍କୁ ପ୍ରଶାସନ ପକ୍ଷରୁ ୧.୦୪ କୋଟି ଟଙ୍କାର କାରଣ ଦର୍ଶାଅ ନୋଟିସ ପଠାଯାଇଛି। ଇମ୍ରାନ୍‌ ଗତ ୨୦୧୯ ଲୋକ ସଭା ନିର୍ବାଚନ ବେଳେ ମୋରାଦାବାଦରୁ କଂଗ୍ରେସ ପ୍ରାର୍ଥୀ ହୋଇଥିଲେ। ୧୪୪ ଧାରା ଭାଙ୍ଗି ସିଏଏ ବିରୋଧୀଙ୍କୁ ଉଦ୍‌ବୋଧନ ଦେବା କାରଣରୁ ଆଡିଶନାଲ ସିଟି ମାଜିଷ୍ଟ୍ରେଟ ରାଜେଶ କୁମାର ଏହି ନୋଟିସ ଜାରି କରିଛନ୍ତି। ଇଦ୍‌ଗା ମଇଦାନର ସୁରକ୍ଷା ସହ ଆଇନଶୃଙ୍ଖଳା ଲାଗି ୧.୦୪ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। ଏହି ଅର୍ଥ ଇମ୍ରାନ୍‌ଙ୍କଠାରୁ କାହିଁକି ଆଦାୟ କରାଯିବନି ବୋଲି ନୋଟିସରେ ଉଲ୍ଲେଖ କରାଯାଇଛି। ଅନ୍ୟପକ୍ଷରେ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟକୁ ଟାର୍ଗେଟ କରି ଭାଜପା ସରକାର ଉଦ୍ଦେଶ୍ୟମୂଳକ ଭାବେ ଏଭଳି କରୁଛି ବୋଲି ଇମ୍ରାନ ଅଭିଯୋଗ କରିଛନ୍ତି। ଫେବୃୟାରୀ ୭ରେ ମୋରାଦାବାଦରେ ପହଞ୍ଚିଥିବା ବ୍ୟକ୍ତିକୁ ଫେବୃୟାରୀ ୬ରେ ନୋଟିସ ଜାରି କରାଯାଇଛି। ଏନେଇ ସିଟି ଏସ୍‌ପିଙ୍କୁ ଜଣାଯାଇଥିବା ଇମ୍ରାନ ପ୍ରକାଶ କରିଛନ୍ତି।

Share