Categories: ଜାତୀୟ

କଂଗ୍ରେସ ନେତାଙ୍କ ନାତୁଣୀଙ୍କୁ ବିବାହ କରିବେ କୁମାରସ୍ବାମୀଙ୍କ ପୁଅ

ବେଙ୍ଗାଲୁରୁ,୧୦।୨: କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ୍‌.ଡି. କୁମାରସ୍ବାମୀଙ୍କ ପୁଅ ନିଖିଲ କୁମାରସ୍ବାମୀ କଂଗ୍ରେସ ନେତା ଏମ୍‌. କ୍ରିଷ୍ଣାପ୍ପାଙ୍କ ନାତୁଣୀ ରେବତିଙ୍କୁ ବିବାହ କରିବେ ବୋଲି ଜଣାପଡିଛି। ଫେବୃୟାରୀ ୬ରେ ନିଖିଳ ରେବତିଙ୍କ ସହ କିଛି ଫଟୋ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ଫେସ୍‌ବୁକରେ ଶେୟାର କରିବା ପରେ ଏବେ ଏହା ସାମ୍ନାକୁ ଆସିଛି। ତାଜ ଓ୍ବେଷ୍ଟ ଏଣ୍ଡରେ ଏମାନଙ୍କ ନିର୍ବନ୍ଧ ସରିଥିବା ବେଳେ ଏଥିରେ ନିଖିଲଙ୍କ ଜେଜେ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌. ଡି ଦେବେ ଗୌଡାଙ୍କ ସମେତ ବହୁ ରାଜନେତା ଯୋଗ ଦେଇଥିଲେ। ନିଖିଲ(୩୦) ଜଣେ କନ୍ନଡ ଫିଲ୍ମ ଅଭିନେତା ହୋଇଥିବା ବେଳେ ୨୦୧୬ରେ ସେ ଏକ ବେଙ୍ଗଲି ମୁଭି ‘ଜାଗୁଆର’ରେ ତାଙ୍କର କଳାକାର ଜୀବନ ଆରମ୍ଭ କରିଥିଲେ। ୨୦୧୯ ଲୋକ ସଭା ନିର୍ବାଚନରେ ସେ କନ୍ନଡ ଅଭିନେତା ଅମ୍ବାରିସଙ୍କ ସ୍ତ୍ରୀ ସୁମଲଥାଙ୍କୁ ହରାଇଥିଲେ।

Share