Categories: ଜାତୀୟ

କଂଗ୍ରେସ ନେତାଙ୍କ ବିବାଦୀୟ ମନ୍ତବ୍ୟ: ନିର୍ବାଚନୀ ଜାଲିଆତିରେ ସୁପ୍ରିମକୋର୍ଟ ମଧ୍ୟ ସମ୍ପୃକ୍ତ

ନୂଆଦିଲ୍ଲୀ, ୨୨।୫: ଇଭିଏମ ଏବଂ ଭିଭିପାଟକୁ ନେଇ ଚାଲିଥିବା ଚର୍ଚ୍ଚା ଭିତରେ କଂଗ୍ରେସ ନେତା ଉଦିତ ରାଜ ସୁପ୍ରିମକୋର୍ଟ ଉପରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ସୁପ୍ରିମକୋର୍ଟଙ୍କ ବିଶସନୀୟତା ଉପରେ ପ୍ରଶ୍ନ ଉଠାଇ ସେ କହିଛନ୍ତି, ସୁପ୍ରିମକୋର୍ଟ ନିର୍ବାଚନୀ ଜାଲିଆତିରେ ସମ୍ପୃକ୍ତ ଅଛନ୍ତି। ନିର୍ବାଚନୀ ପ୍ରକ୍ରିୟା ଚାଲିଥିବାରୁ ପାଖାପାଖି ୩ମାସ ଧରି ସବୁ ସରକାରୀ କାମ ମାନ୍ଦା ପଡ଼ିଛି, ତେବେ ଭୋଟ ଗଣତିରେ ପ୍ରାୟ ୨/୩ ଦିନ ଅଧିକ ଚାଲିଗଲେ କ’ଣ ଅସୁବିଧା ହେବ ବୋଲି ସେ ପ୍ରଶ୍ନ କରିଛନ୍ତି।
ସୂଚନାଯୋଗ୍ୟ, ଭୋଟ ଗଣତି ବେଳେ ସବୁ ବୁଥରେ ଇଭିଏମ ଭୋଟ ସହିତ ଭିଭିପାଟ ସ୍ଲିପ ମିଳାଇ ଭୋଟ ଗଣତି କରିବା ଲାଗି ବିରୋଧୀମାନେ ଦାବି କରୁଛନ୍ତି। କିନ୍ତୁ ସୁପ୍ରିମକୋର୍ଟ ବିରୋଧୀ ଦଳଗୁଡ଼ିକର ଆବେଦନକୁ ଖାରଜ କରି ଗୋଟିଏ ବିଧାନସଭା କ୍ଷେତ୍ରର କେବଳ ୫ଟି ବୁଥର ଇଭିଏମ ସହ ଭିଭିପାଟ ସ୍ଲିପ ମିଳାଇ ଭୋଟ ଗଣନା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Share