Categories: ରାୟଗଡା

କଂଗ୍ରେସ ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

କୋରାପୁଟ,୨୪।୭(ସ୍ବ.ପ୍ର.): ରାଜ୍ୟରେ କ୍ରମାଗତ ଭାବେ ବୃଦ୍ଧି ପାଇଥିବା ନାବାଳିକା, ନାରୀ ନିର୍ଯାତନା, ବଳାତ୍କାର, ଅପହରଣ ଓ ନିଖୋଜ ସହ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ପ୍ରତିବାଦରେ ବୁଧବାର କୋରାପୁଟ ଜିଲା କଂଗ୍ରେସ ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏହି ଧାରଣା ପୂର୍ବାହ୍ନ ୧୦ ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଚାଲିବା ସହ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଜିଲାପାଳ ଅଶୋକ କୁମାର କର୍ଣ୍ଣଙ୍କୁ ପ୍ରଦାନ କରାଯାଇଛି। ଏହି ଧାରଣାରେ ପୂର୍ବତନ ବିଧାୟକ ରାମଚନ୍ଦ୍ର କାଡାମ, ନିମାଇଁ ସରକାରଙ୍କ ସମେତ କୃଷ୍ଣ କୁଳଦୀପ, ପୂର୍ବତନ ମ୍ୟୁନିସିପାଲିଟି ଅଧ୍ୟକ୍ଷ ଭଗବାନ ବାହିନୀପତି, ବାବୁଲା ବେନିଆ ପ୍ରମୁଖ ଉପସ୍ଥିତ ଥିଲେ।