Categories: ଜାତୀୟ

କଂଗ୍ରେସ ପାଖରେ ମୁଣ୍ଡ ନୁଆଁଇ ପାରନ୍ତି ଉଦ୍ଧବ

ମୁମ୍ବାଇ,୨୯।୧୧: ବହୁ ବାଦବିବାଦ ପରେ ଶେଷରେ ମହାରାଷ୍ଟ୍ରରେ ଶିବସେନା ଭାରତୀୟ ଜନତା ପାର୍ଟି(ଭାଜପା)ଠାରୁ ଅଲଗା ହୋଇ ସରକାର ଗଠନ କରିଛି। ଆଉ ମୁଖ୍ୟମନ୍ତ୍ରୀ ଭାବେ ନିର୍ବାଚନ ନ ଲଢି ପଦ ସମ୍ଭାଳିଛନ୍ତି ଶିବସେନା ମୁଖ୍ୟ ଉଦ୍ଧବ ଠାକରେ। ଏବେ ଶିବସେନା, କଂଗ୍ରେସ ଓ ଏନ୍‌ସିପି ମେଣ୍ଟ ମହାରାଷ୍ଟ୍ରରେ ସରକାର ଗଠନ କରିଛନ୍ତି। ତେବେ ମହାରାଷ୍ଟ୍ରରେ ସରକାର ଗଠନକୁ ୨୪ ଘଣ୍ଟା ପୂରଣ ହୋଇ ନ ଥିବା ବେଳେ ଉଦ୍ଧବ ମେଣ୍ଟ ସରକାର ଚଳାଇବାର ଅନୁଭୁତି କିଛି ପରିମାଣରେ ପ୍ରାପ୍ତ ହୋଇଛନ୍ତି।  ମେଣ୍ଟ  ପୂର୍ବରୁ କଂଗ୍ରେସ ଯେଉଁ ସର୍ତ୍ତ ରଖିଥିଲା ଏବେ ଉଦ୍ଧବ ତାକୁ ମାନିବାକୁ ବାଧ୍ୟ ହୋଇପାରନ୍ତି ବୋଲି ଆଲୋଚନା ହେଉଛି। ଉକ୍ତ ସର୍ତ୍ତ ଅନୁଯାୟୀ ଏବେ କଂଗ୍ରେସକୁ ଉପ ମୁଖ୍ୟମନ୍ତ୍ରୀ ଓ ଉପ ବାଚସ୍ପତି ପଦ ଦେବାକୁ ଉଦ୍ଧବ ବାଧ୍ୟ ହୋଇପାରନ୍ତି । ଏହାସହ କଂଗ୍ରେସରୁ ୧୨ରୁ ଊର୍ଦ୍ଧ୍ୱ ସଦସ୍ୟଙ୍କୁ ମନ୍ତ୍ରୀପଦ ମଧ୍ୟ ମିଳିପାରେ ବୋଲି କୁହାଯାଉଛି।

Share