Advertisement
Categories: ଜାତୀୟ

କଂଗ୍ରେସ ପ୍ରଚାରକଙ୍କ ସାଇକେଲ ମରାମତି ପାଇଁ ଗାଡ଼ିରୁ ଓହ୍ଲାଇଲେ ପ୍ରିୟଙ୍କା

ଅମେଠି,୨୪।୪: ଉତ୍ତରପ୍ରଦେଶ ଅମେଠିରେ କଂଗ୍ରେସ ରାଷ୍ଟ୍ରୀୟ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ନିର୍ବାଚନ ପ୍ରଚାର ଜାରି ରଖିଛନ୍ତି। ସେ ରାସ୍ତାରେ ଯାଉଥିବାବେଳେ ସ୍ଥାନୀୟ ଗୌରୀଗଞ୍ଜ ଅଞ୍ଚଳରେ ଜଣେ କଂଗ୍ରେସ ପ୍ରଚାରକଙ୍କ ସାଇକେଲ ଖରାପ ହୋଇଥିବା ଦେଖି ଗାଡ଼ିରୁ ଓହ୍ଲାଇ ଏହାର ମରାମତି କରିବା ଆରମ୍ଭ କରିଥିଲେ। ଏହା ସହିତ ପ୍ରିୟଙ୍କା ପ୍ରଚାରକ ଓ୍ବସିମ୍‌ଙ୍କ ସହିତ ସେଲଫି ନେଇଥିଲେ। ପ୍ରିୟଙ୍କା ଓ୍ବସିମ୍‌ଙ୍କ ମୋବାଇଲ୍‌ ନମ୍ବର ମଧ୍ୟ ଟିପି ରଖିଥିଲେ। ଓ୍ବସିମ୍‌ ଜଣେ ବ୍ୟବସାୟୀ। ଜିଏସ୍‌ଟି ଲାଗୁ ହେବା ପରେ ସେ ହଇରାଣ ହେଉଥିବା କହିଛନ୍ତି। ଓ୍ବସିମ୍‌ଙ୍କୁ ପ୍ରଚାର ପାଇଁ ଜିଲା ପ୍ରଶାସନ ପକ୍ଷରୁ ୭ ଦିନ ସମୟ ଦିଆ ଯାଇଛି। ତାଙ୍କ ପିତା ମୁନ୍ନା ପହେଲମାନ୍‌ ମଧ୍ୟ ଏଭଳି କଂଗ୍ରେସ ପାଇଁ ସାଇକେଲରେ ପ୍ରଚାର କରୁଥିଲେ। ଓ୍ବସିମ୍‌ଙ୍କ ମାତା ସ୍ଥାନୀୟ ଅଞ୍ଚଳରେ ଅଧ୍ୟକ୍ଷା ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି। ଏହି ଅଞ୍ଚଳରେ ରାହୁଲ ଗାନ୍ଧୀଙ୍କ ପାଇଁ ୫ ଲକ୍ଷ ଭୋଟ ଆଣିଦେବା ଲକ୍ଷ୍ୟ ନେଇ ଓ୍ବସିମ୍‌ କେବଳ ଫଳ ଆହାର କରି ନିର୍ବାଚନ ପ୍ରଚାର କରୁଥିବା କହିଛନ୍ତି। ଏବେ ଏହି ଘଟଣାର ଭିଡ଼ିଓ ସୋସିଆଲ୍‌ ମିଡ଼ିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share