Categories: ଜାତୀୟ

କଂଗ୍ରେସ ବିଧାୟକ ଦଳର ନେତା ହେଲେ ବାଲାସାହେବ

ମୁମ୍ବାଇ,୨୬।୧୧: ମହାରାଷ୍ଟ୍ର କଂଗ୍ରେସ ବିଧାୟକ ଦଳର ନେତାଭାବେ ନିର୍ବାଚିତ ହୋଇଛନ୍ତି ବରିଷ୍ଠ କଂଗ୍ରେସ ନେତା ବାଲାସାହେବ ଥୋରାଟ। ମଙ୍ଗଳବାର ମୁମ୍ବାଇର ଏକ ହୋଟେଲରେ ଅନୁଷ୍ଠିତ ବୈଠକରେ ବାଲାସାହେବଙ୍କୁ ବିଧାୟକ ଦଳର ନେତାଭାବେ ନିର୍ବାଚିତ କରାଯାଇଛି। ଅନ୍ୟପଟେ ପ୍ରୋଟେମ ସ୍ପିକର ବା ଅସ୍ଥାୟୀ ବାଚସ୍ପତି ଭାବେ ବାଲାସାହେବଙ୍କ ନାଁ ଆଗରେ ଥିବା ଆଲୋଚନା ହେଉଛି। ଏବେ ମହାରାଷ୍ଟ୍ର ବିଧାନସଭାରେ ଭାଜପା ସରକାର ଗଠନ କରିବା ପରେ କିଏ ହେବ ପ୍ରୋଟେମ୍‌ ସ୍ପିକର ତାକୁ ନେଇ ମଧ୍ୟ ଚାଲିଛି ମାନସ ମନ୍ଥନ। ସେ ମହାରାଷ୍ଟ୍ର କଂଗ୍ରେସର ଅଧ୍ୟକ୍ଷ ଦାୟିତ୍ୱରେ ମଧ୍ୟ ଅଛନ୍ତି।

Share