Categories: ଜାତୀୟ

କଂଗ୍ରେସ, ଭାଜପା ଉପରେ ବର୍ଷିଲେ ମାୟାବତୀ

ଲକ୍ଷ୍ନୌ, ୧୦ା୨(ପି.ଟି.): କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବାରାଣସୀ ଗସ୍ତକରି ଗୁରୁ ରବିଦାସଙ୍କ ଜୟନ୍ତୀ ଅବସରରେ ମନ୍ଦିର ଯାଇ ପ୍ରାର୍ଥନା କରିଥିବାବେଳେ ଏହାକୁ ନେଇ ବିଏସ୍‌ପି ମୁଖ୍ୟ ତଥା ପୂର୍ବତନ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ମାୟାବତୀ ବର୍ଷିଛନ୍ତି। କଂଗ୍ରେସ, ଭାଜପା କିମ୍ବା ଅନ୍ୟ କୌଣସି ରାଜନୈତିକ ଦଳ ସନ୍ଥ ଗୁରୁ ରବିଦାସଙ୍କୁ ସେମାନଙ୍କ ଶାସନ ସମୟରେ ସମ୍ମାନ ଦେଇ ନାହାନ୍ତି। ଏବେ ନିଜର ସ୍ବାର୍ଥସାଧନ ଲାଗି ମନ୍ଦିରକୁ ଆସୁଥିବା ମାୟାବତୀ ଅଭିଯୋଗ କରିଛନ୍ତି। ବିଏସ୍‌ପି ଏକମାତ୍ର ଦଳ ଭାବେ ସରକାରରେ ଥାଇ ତାଙ୍କୁ ସମ୍ମାନ ଦେଇଆସିଛି। ଅନ୍ୟ ଦଳର ନେତାମାନେ ରବିଦାସ ମନ୍ଦିର ଯାଇ ସେଠାରେ ପ୍ରାର୍ଥନା କରିବାର ଅର୍ଥ ଭିନ୍ନ ଓ ଅବାସ୍ତବ। ଏହା ନିନ୍ଦାର ବିଷୟ ବୋଲି ସେ କହିଛନ୍ତି। ପ୍ରକାଶଥାଉ କି, ଚତୁର୍ଦ୍ଦଶ ଶତାବ୍ଦୀର ସନ୍ଥ ତଥା ଉତ୍ତର ଭାରତରେ ଭକ୍ତି ଆନ୍ଦୋଳନର ପ୍ରତିଷ୍ଠାତା ରବିବାସଙ୍କ ଜୟନ୍ତୀ ଉପଲକ୍ଷେ ପ୍ରତିବର୍ଷ ବାରାଣସୀକୁ ଲକ୍ଷାଧିକ ଲୋକ ଆସିଥାନ୍ତି।

Share