Categories: ଜାତୀୟ

‘କଂଗ୍ରେସ ମୁକ୍ତ ଭାରତ’ ପରିବର୍ତ୍ତେ ‘ଭାଜପା ମୁକ୍ତ’ ହେବାକୁ ଯାଉଛି ଦେଶ: ଶିବସେନା

ମୁମ୍ବାଇ, ୨୪।୧୨: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ଭାଜପାର ପରାଜୟ ହୋଇଛି। ଏନେଇ ଶିବସେନା ଭାଜପାକୁ କଡ଼ା ସମାଲୋଚନା କରିଛି। ଶିବସେନା ମୁଖପତ୍ର ସାମନାରେ ଏନେଇ ଏକ ଲେଖା ପ୍ରକାଶ ପାଇଛି। ଏଥିରେ କୁହାଯାଇଛି ଯେ, ଭାଜପା ‘କଂଗ୍ରେସ ମୁକ୍ତ ଭାରତ’ ଘୋଷଣା କରିଥିଲା। ତେବେ ଏହା ଓଲଟି ଯାଇଛି। ଦେଶ ଏବେ ‘ଭାଜପା ମୁକ୍ତ’ ହେବାକୁ ଯାଉଛି। ଝାଡ଼ଖଣ୍ଡରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କ ସମେତ ଅନ୍ୟ ବରିଷ୍ଠ ନେତା ନିର୍ବାଚନ ପ୍ରଚାରରେ ଲାଗିଥିଲେ ମଧ୍ୟ ଭାଜପା ପରାଜିତ ହୋଇଛି। ୨୦୧୮ରେ ଦେଶର ୭୫ ପ୍ରତିଶତ ରାଜ୍ୟରେ ଶାସନ ଡୋରି ଭାଜପା ହାତରେ ଥିବାବେଳେ ଏବେ ଏହା ୩୦ରୁ ୩୫ ପ୍ରତିଶତ ମଧ୍ୟରେ ରହିଛି। ଶାହ ରାଜ୍ୟରେ ନିର୍ବାଚନ ପ୍ରଚାର ସମୟରେ ହିନ୍ଦୁ-ମୁସଲମାନ ମଧ୍ୟରେ ମତଭେଦ ସୃଷ୍ଟି ପାଇଁ ଉଦ୍ୟମ କରିବା ଲାଗି ଭାଷଣ ଦେଇଥିଲେ। ମାତ୍ର ଏହା କାମ କରି ନ ଥିବା ସାମନାରେ କୁହାଯାଇଛି।

Share