Categories: ଜାତୀୟ

କଂଗ୍ରେସ ଯାହା ୭୦ ବର୍ଷରେ କରି ନ ଥିଲା ତାହା ୭୫ ଦିନରେ କରି ଦେଖାଇଲେ ମୋଦି: ଶାହ

ଜିନ୍ଦ,୧୬।୮: ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଶୁକ୍ରବାର ହରିୟାଣାର ଜିନ୍ଦ ଜିଲା ଗସ୍ତ କରିଛନ୍ତି। ଏହି ସମୟରେ ଏକ ଜନସଭାକୁ ସମ୍ବୋଧନ କରିବା ଅବସରରେ କଶ୍ମୀର ପ୍ରସଙ୍ଗକୁ ନେଇ  କହିଛନ୍ତି କଂଗ୍ରେସ ୭୦ ବର୍ଷ ମଧ୍ୟରେ ଯାହା କରିପାରି ନ ଥିଲା ପ୍ରଧାନମନ୍ତ୍ରୀ ମୋଦି ତାହା ମାତ୍ର ୭୫ ଦିନରେ କରି ଦେଖାଇଲେ। ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କର ଯେଉଁ ସ୍ବପ୍ନ ଥିଲା ଓ୍ବାନ ଇଣ୍ଡିଆ ଏହାପାଇଁ କିନ୍ତୁ ବିରାଟ ବାଧା ଥିଲା ଅନୁଚ୍ଛେଦ ୩୭୦। ହେଲେ ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦କୁ ଉଚ୍ଛେଦ କରି ମୋଦି ସରକାର ପଟେଲଙ୍କ ସ୍ବପ୍ନକୁ ପୂରଣ କରିଛନ୍ତି ବୋଲି ଶାହ କହିଛନ୍ତି। ସୂଚନାଯୋଗ୍ୟ, ଶାହ ଶୁକ୍ରବାର ହରିୟାଣାର ଜିନ୍ଦଠାରେ ଆୟୋଜିତ ‘ଆସ୍ଥା ରାଲି’ରେ ଯୋଗ ଦେଇଛନ୍ତି।

Share