Categories: ଜାତୀୟ

କଂଗ୍ରେସ ରାଜ୍ୟର ଶତ୍ରୁ ନୁହେଁ: ସଞ୍ଜୟ

ମୁମ୍ବାଇ,୧୦।୧୧: ମହାରାଷ୍ଟ୍ରରେ ସରକାର ଗଠନକୁ ନେଇ ଭାରତୀୟ ଜନତା ପାର୍ଟି ପାଗ ଭିଡୁଥିବା ବେଳେ ଏପଟେ ଶିବସେନା ନେତା ସଞ୍ଜୟ ରାଉତ ଗୋଟିଏ ପରେ ଗୋଟିଏ ମନ୍ତବ୍ୟ ଦେଇ ଚାଲିଛନ୍ତି। ଭାଜପା ସହ ମେଣ୍ଟ କରି ନିର୍ବାଚନ ଲଢିଥିବା ଶିବସେନା ଅଢେଇ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ଆସନ ଦାବି କରି ନିଜ ଜିଦ୍‌ରେ ଅଡି ବସିବାରୁ ଏବେ ଶିବସେନା ବିନା ଭାଜପା ସରକାର ଗଠନ କରିବାକୁ ଯାଉଛି। ଅନ୍ୟପଟେ ସଞ୍ଜୟ ରାଉତ ଭାଜପା ଉଦ୍ଦେଶ୍ୟରେ କହିଛନ୍ତି ଯଦି ମହାରାଷ୍ଟ୍ରରେ କେହି ସରକାର ଗଠନ କରିବାକୁ ରାଜି ନୁହେଁ ତେବେ ଶିବସେନା ଏହି ଗୁରୁ ଦାୟିତ୍ୱ ବହନ କରିବାକୁ ପ୍ରସ୍ତୁତ ଅଛି। ସେ ଆହୁରି ମଧ୍ୟ କଂଗ୍ରେସକୁ ନିଜ ଆଡକୁ ଆକର୍ଷିତ କରିବାକୁ କହିଛନ୍ତି କଂଗ୍ରେସ ରାଜ୍ୟର ଶତ୍ରୁ ନୁହେଁ। ଏଥିରୁ ଅନୁମାନ କରାଯାଉଛି କି କଂଗ୍ରେସ ବୋଧହୁଏ ଶିବସେନାକୁ ପରୋକ୍ଷରେ ସମର୍ଥନ କରୁଛି। ଏସବୁ ପରେ ଏବେ ଭାଜପା ସରକାର ଗଠନ କରିବା ଓ ବହୁମତ ସାବ୍ୟସ୍ତ କରିବା ଉପରେ ସମସ୍ତଙ୍କର ନଜର ରହିଛି।

Share