Categories: ଜାତୀୟ

କଂଗ୍ରେସ-ଶିବସେନା-ଏନ୍‌ସିପିକୁ ଘାରିଛି ବାଡ଼ଡିଆଁ ଭୟ !

ମୁମ୍ବାଇ,୨୫।୧୧: ମହାରାଷ୍ଟ୍ର ରାଜନୀତିରେ ଅଚାନକ ରାତିକ ମଧ୍ୟରେ ରାଜନୈତିକ ସମୀକରଣ ବଦଳି ଯାଇଛି। ପୁଣିଥରେ ଦେବେନ୍ଦ୍ର ଫଡ୍‌ନବିସ ମୁଖ୍ୟମନ୍ତ୍ରୀ ଡୋରି ଧରିଛନ୍ତି। ତେବେ ଶକ୍ତି ପରୀକ୍ଷା ପାଇଁ ଫଡ୍‌ନବିସଙ୍କ ପାଖରେ ଆବଶ୍ୟକ ୧୪୫ କୁହୁକ ସଂଖ୍ୟା ନାହିଁ। ଏଥିଲାଗି ଭାଜପା କଂଗ୍ରେସ-ଶିବସେନା-ଏନ୍‌ସିପି ତଥା କିଛି ସ୍ବାଧୀନ ବିଧାୟକଙ୍କ ସମର୍ଥନ ଲୋଡ଼ିବାରେ ଯଥେଷ୍ଟ ସମ୍ଭାବନା ରହିଛି। ତେଣୁ କଂଗ୍ରେସ-ଶିବସେନା-ଏନ୍‌ସିପି ଆଖିରୁ ଏବେ ନିଦ ହଜି ଯାଇଛି। କାଳେ ସେମାନଙ୍କର ବିଧାୟକ ବାଡ଼ ଡେଇଁବେ ସେଥିପାଇଁ ବିଧାୟକଙ୍କ ସହିତ କଂଗ୍ରେସ-ଶିବସେନା-ଏନ୍‌ସିପି ସବୁବେଳେ ଯୋଗାଯୋଗରେ ରହୁଥିବା କୁହାଯାଉଛି। ବିଧାୟକମାନଙ୍କୁ ଶୃଙ୍ଖଳିତ ଭାବେ ରଖିବା ଲାଗି ଏବେ କଂଗ୍ରେସ,ଶିବସେନା ଓ ଏନ୍‌ସିପି ପ୍ରାଣପ୍ରଣେ ଉଦ୍ୟମ ଜାରି ରଖିଛନ୍ତି।

Share