Categories: ଜାତୀୟ

କଂଗ୍ରେସ ସମର୍ଥନରେ ରାଜ୍ୟସଭା ଯିବାକୁ ପ୍ରସ୍ତୁତ ହେଉଛନ୍ତି ଦେବେଗୌଡା

ବେଙ୍ଗାଲୁରୁ,୮।୬: ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଜନତା ଦଳ ସେକ୍ୟୁଲାର(ଜେଡିଏଓ୍‌)ର ସୁପ୍ରିମୋ ଏଚ୍‌ଡି ଦେବେଗୌଡା ରାଜ୍ୟ ସଭା ଯିବେ। ଦଳର ବିଧାୟକ, କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ଆଉ କେତେଜଣ ନେତାଙ୍କ ଅନୁରୋଧ କ୍ରମେ ରାଜ୍ୟ ସଭା ନିର୍ବାଚନ ଲଢିବାକୁ ସେ ରାଜି ହୋଇଛନ୍ତି। ମଙ୍ଗଳବାର ସେ ପ୍ରାର୍ଥିପତ୍ର ଦାଖଲ କରିବେ ବୋଲି ସୂଚନା ମିଳିଛି। ଏହି ଖବର କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଦେବେଗୌଡାଙ୍କ ପୁଅ ଏଚ୍‌ଡି କୁମାରସ୍ବାମୀ ଦେଇଛନ୍ତି।

Share