Categories: ଜାତୀୟ

କଂଗ୍ରେସ ସହ ମେଣ୍ଟକୁ ନା କହିଲେ ପାଓ୍ବାର

ମୁମ୍ବାଇ, ୨।୬: : କଂଗ୍ରେସ ସହ ଏନସିପି ମେଣ୍ଟ କରିବ ନାହିଁ ବୋଲି ଏନସିପି ଅଧ୍ୟକ୍ଷ ଶରଦ ପାୱାର କହିଛନ୍ତି। ଏନସିପିର ନିଜସ୍ବ ଏକ ସ୍ବତନ୍ତ୍ର ପରିଚୟ ରହିଛି ଏବଂ ଏହାକୁ ଦଳ ଜାରି ରଖିବ। ମୁମ୍ବାଇରେ ଅନୁଷ୍ଠିତ ଏକ ଦଳୀୟ ବୈଠକରେ ସେ ଏହା କହିଛନ୍ତି। ଏହି ବୈଠକରେ ଦଳର ଲୋକ ସଭା ନିର୍ବାଚନ ଫଳାଫଳ ସମୀକ୍ଷା କରାଯିବା ସହ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରାଯାଇଥିଲା। ସୂଚନାଯୋଗ୍ୟ, ନିର୍ବାଚନ ଫଳାଫଳ ପରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ପାୱାର ଭେଟିବା ପରେ କଂଗ୍ରେସ-ଏନସିପି ମେଣ୍ଟ ହେବ ବୋଲି ଚର୍ଚ୍ଚା ହେଉଥିଲା।

Share