Categories: ଜାତୀୟ

କଂଗ୍ରେସ ସହ ମେଣ୍ଟ କରିବନି ଏଏପି

ନୂଆଦିଲ୍ଲୀ,୨୧ା୪(ପି.ଟି.): କଂଗ୍ରେସ ସହ ଦିଲ୍ଲୀରେ ଆମ୍‌ ଆଦ୍‌ମୀ ପାର୍ଟି (ଏଏପି)ର ମେଣ୍ଟ ସମ୍ଭବ ନୁହେଁ ବୋଲି ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ କହିଛନ୍ତି। ଅନ୍ୟ ରାଜ୍ୟରେ ମଧ୍ୟ କଂଗ୍ରେସ ମେଣ୍ଟ କରିବାକୁ ଚାହୁଁନାହିଁ ବୋଲି ସେ କହିଛନ୍ତି। ଦିଲ୍ଲୀରେ ପ୍ରସ୍ତାବିତ ୪:୩ ଫର୍ମୁଲା ଉପରେ ପ୍ରଶ୍ନ ହେବାରୁ ସିସୋଦିଆ କହିଥିଲେ, କଂଗ୍ରେସକୁ ୩ଟି ଆସନ ଛାଡିବା ଅର୍ଥ ଏହାକୁ ଭାଜପାକୁ ଛାଡିଦେବା ସହ ସମାନ। ଦିଲ୍ଲୀରେ କଂଗ୍ରେସର ସ୍ଥିତି ନ ଥିବାବେଳେ ସେମାନେ ପାଖାପାଖି ଅଧା ଆସନ ଦାବି କରିବା ଅବାସ୍ତବ ବୋଲି ସିସୋଦିଆ କହିଛନ୍ତି। ହରିୟାଣାରେ କଂଗ୍ରେସ ଏଏପିକୁ ୬:୩:୧ ଆସନ ବୁଝାମଣା ଫର୍ମୁଲା ପ୍ରସ୍ତାବ ଦେଇଥିଲା। ଅର୍ଥାତ ସେଠାରେ କଂଗ୍ରେସ ୬ଟି ଆସନରେ ଲଢ଼ିଥାନ୍ତା ଓ ଜନନାୟକ ଜନତା ପାର୍ଟିକୁ ୩ଟି ଏବଂ ଏଏପିକୁ ଗୋଟିଏ ଆସନ ଛାଡିଥାନ୍ତା। ସେହିପରି ପଞ୍ଜାବରେ ଆସନ ବୁଝାମଣା ଲାଗି କଂଗ୍ରେସ ପ୍ରସ୍ତାବରେ ଏଏପି ରାଜି ହୋଇଥିଲେ ମଧ୍ୟ ଏହା ପଛଘୁଞ୍ଚା ଦେଇଥିଲା ବୋଲି ବରିଷ୍ଠ ନେତା ସଞ୍ଜୟ ସିଂ କହିଛନ୍ତି।

Share