Categories: ଗଞ୍ଜାମ

କଂସାମାରି ଗ୍ରାମରୁ ବିରଳ ପ୍ରଜାତିର ବଜ୍ରକାପ୍ତା ଉଦ୍ଧାର

ପାଟପୁର,୧ା୬(ଡି.ଏନ.ଏ.)-ସାନଖେମୁଣ୍ଡି ବ୍ଲକ କଂସାମାରି ଗ୍ରାମର ନନ୍ଦ ଗୌଡ଼ଙ୍କ କୂଅରୁ ସୋମବାର ଏକ ବିରଳ ପ୍ରଜାତିର ବଜ୍ରକାପ୍ତା ଉଦ୍ଧାର କରାଯାଇଛି। ଗ୍ରାମର ଯୁବକ ଗୋଷ୍ଠୀ ବଜ୍ରକାପ୍ତାକୁ ଦେଖି ପୋଡାମାରି ବନବିଭାଗ ଅଧିକାରୀଙ୍କୁ ଖବର ଦେଇଥିଲେ। ବନବିଭାଗ ଅଧିକାରୀ କାଳୀଚରଣ ବେହେରାଙ୍କ ନିର୍ଦ୍ଦେଶକ୍ରମେ ଫରେଷ୍ଟର ଲକ୍ଷ୍ମୀକାନ୍ତ ପାତ୍ର, ଫରେଷ୍ଟ ଗାର୍ଡ କାଳିଆ ପ୍ରଧାନ, ଗାୟତ୍ରୀ ପ୍ରଧାନ ଓ ସୁଧାକର ଖଣ୍ଡାଳୁ ପହଞ୍ଚି ବଜ୍ରକାପ୍ତାକୁ ଉଦ୍ଧାର କରିଥିଲେ। ପ୍ରାଣୀଧନ ନିରୀକ୍ଷକ ସ୍ବାସ୍ଥ୍ୟ ପରୀକ୍ଷା କରିବା ପରେ ବଜ୍ରକାପ୍ତାଟିକୁ ନଖାରୀ ଅଭୟାରଣ୍ୟରେ ଛାଡ଼ି ଦିଆଯାଇଥିବା ବନବିଭାଗ ଅଧିକାରୀ ସୂଚନା ଦେଇଛନ୍ତି।