କଂସ ରୂପରେ ସଚେତନତା

ଖଇରା, ୧୮।୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ଡଗରପଡା ଗ୍ରାମର ଗୟାଧର ବିଶ୍ୱାଳ ନିଆରା ଢଙ୍ଗରେ କରୋନା ସଚେତନତା କରିଛନ୍ତି। ଲକଡାଉନ ଲାଗୁ ହେବା ଦିନଠାରୁ ସେ କଂସ ପୋଷାକ ପରିଧାନ କରି କରୋନା ସଚେତନତା ଲାଗି ସାଇକେଲରେ ପ୍ଲା କାର୍ଡ ବାନ୍ଧି ଗାଁକୁ ଗାଁ ବୁଲୁଛନ୍ତି। ଶୁକ୍ରବାର ସେ ତାଙ୍କ କଷ୍ଟ ଅର୍ଜିତ ଧନରୁ ସେ ୫ଶହ ଟଙ୍କା ବିଡିଓଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପ୍ରଦାନ କରିଛନ୍ତି ା