କଇଠପଲ୍ଲୀ ଗାଁ ତୋଟାରୁ ମୂଲ୍ୟବାନ ଶାଳ ଗଣ୍ଡି, ପଟ୍ଟା ଜବତ

ଓଡଗାଁ, ୨୭।୬(ସ୍ବ.ପ୍ର.)- ୨୪ ଘଣ୍ଟା ନପୁରୁଣୁ ପୁଣି ଥରେ ଗୁରୁବାର ମଧ୍ୟାହ୍ନରେ ଓଡଗାଁ ବନାଞ୍ଚଳ ଓ ବାହାଡାଝୋଲା ସେକ୍ସନ ଅଞ୍ଚଳରୁ ୧୦ ମୂଲ୍ୟବାନ ଶାଳଗଣ୍ଡି ଓ ୬ ଖଣ୍ଡ ପଟ୍ଟା ବନବିଭାଗ ଜବତ କରାଯାଇଛି। ବାହାଡାଝୋଲା ନିକଟସ୍ଥ ଆମ୍ବପଡା କଇଠପଲ୍ଲୀ ଗାଁ ମୁଣ୍ଡ ତୋଟାରେ ଶାଳ ଗଣ୍ଡି ଗଚ୍ଛିତ ଥିବା ବନପାଳ ଜାଣିବା ପରେ ସଦଳବଳେ ଚଢାଉ କରିଥିଲେ। ତୋଟା ଭିତରେ ଥିବା ବୁଦୁବୁଦୁକିଆ ଅଞ୍ଚଳରେ ଲୁଚାଇ ରଖାଯାଇଥିବା ଶାଳଗଣ୍ଡି ଓ ପଟ୍ଟା ଠାବ କରିବା ସହିତ ଜବତ କରିଥିବା ଜଣାଯାଇଛି। ତେବେ ସେଠାରେ କାଠ କଟା ଗୁଣ୍ଡ ପଡ଼ିଥିବା ଦେଖି ଗଣ୍ଡି କଟା ଯାଉଥିବା ସନ୍ଦେହରେ ଖୋଜାଖୋଜି କରାଯାଇଥିଲା। ପରେ ବୁଦା ଭିତରୁ ଏକ କରତ ମିଳିଥିଲା । ବନପାଳ ସରିତା ବରାଳ, ବନରକ୍ଷୀ ଅରିନ୍ଦ ସାହୁ, ଶୁଭେନ୍ଦୁ ପ୍ରସାଦ ନାୟକଙ୍କ ସହିତ ଫରେଷ୍ଟ ପ୍ରୋଟେକ୍ସନ ସ୍କ୍ବାର୍ଡ ଚଢାଉରେ ସାମିଲ ହୋଇଥିଲେ। ଜବତ କାଠର ଆନୁମାନିକ ମୂଲ୍ୟ ୭୦ ହଜାର ଟଙ୍କା ହେବ ବୋଲି ବନପାଳ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯବାନଙ୍କ ଅକାଳ ବିୟୋଗ: ଗାଁରେ ଖେଳିଗଲା ଶୋକାକୁଳ ପରିବେଶ

ରଣପୁର,୧୭।୪: ନୟାଗଡ଼ ଜିଲା ରଣପୁର ବ୍ଲକର ପାଟପୁର ଗାଁ। ମ୍ରିୟମାଣ ହୋଇ ପଡିଛନ୍ତି ଗାଁ ଲୋକେ l ଗାଁରେ ଖେଳିଗଲା ଶୋକାକୁଳ ପରିବେଶ l ରାଷ୍ଟ୍ରୀୟ...

ଶରଣକୁଳ ଥାନା ଏସ୍‌ଆଇଙ୍କୁ ଧରିଲା ଭିଜିଲାନ୍ସ: ମାମଲାରେ ସହଯୋଗ ପାଇଁ ନେଉଥିଲେ…

ଭୁବନେଶ୍ୱର,୧୬।୪(ସତ୍ୟଜିତ୍‌ ରାଉତ): ଏକ ଆପରାଧିକ ମାମଲାରେ ସହଯୋଗ କରିବା ପାଇଁ ବିଚାରବିଭାଗୀୟ ହାଜତରେ ଥିବା ଜଣେ ଅଭିଯୁକ୍ତଙ୍କ ଝିଅଙ୍କଠୁ ୪ ହଜାର ଟଙ୍କା ଲାଞ୍ଚ ନେବାବେଳେ...

ଗାଁରେ ମାଗଣା ସ୍ବାସ୍ଥ୍ୟ ଶିବିର ଆୟୋଜନ କରିଥିଲି

ନୟାଗଡ଼ ଜିଲା ଗଣିଆ ବ୍ଲକ ବେଲପଡ଼ା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଓ୍ବାଲିପୁର ଗାଁର କୌଶଲ୍ୟା ଜେନା ଓ ସ୍ବର୍ଗତ ନୀଳାମ୍ବର ଜେନାଙ୍କ ମୁଁ ହେଲି ସାନପୁଅ। ବାପା...

ଖଣ୍ଡପଡ଼ା ବାର ଆସୋସିଏଶନ୍‌ ବିର୍ବାଚନ: ସଂଗ୍ରାମ ମିଶ୍ର ସଭାପତି,ବିକ୍ରମ କେଶରୀ ଦେଓ ସଂପାଦଜ

ଖଣ୍ଡପଡା,୨୯।୩(ଅଜୟ କୁମାର ମହାରଣା): ଖଣ୍ଡପଡ଼ା ବାର ଆସୋସିଏଶନ୍‌ର 2025-2 ବର୍ଷ ପାଇଁ ନୂତନ କର୍ମକର୍ତ୍ତା ଚୟନ ଶନିବାର ବାର ଆସୋସିଏଶନ୍‌ କାର୍ଯାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି।...

୨ ନାବାଳକ ଭାଇଙ୍କୁ ହତ୍ୟା କରିବାର ଡେମୋ ଦେଖାଉଛନ୍ତି ହତ୍ୟାକାରୀ ବାପା

ନୟାଗଡ଼,୨୬।୩(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଫତେଗଡ଼ ଥାନା ଧାନଚାଙ୍ଗଡା ଗାଁର ୨ ନାବାଳକ ଭାଇ ଆକାଶ (୧୪) ଓ ସାନ ଭାଇ ବିକାଶ ମହାନ୍ତି (୯)...

କଣ୍ଟିଲୋ ନୀଳମାଧବଙ୍କୁ ପୂଜା କଲେ ରାଷ୍ଟ୍ରପତି

ନୟାଗଡ଼,୨୪।୩(ଲୋକନାଥ ମିଶ୍ର): ସୋମବାର ଓଡ଼ିଶା ଗସ୍ତରେ ଆସିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସେ ଭୁବନେଶ୍ୱର ବିମାନ ବନ୍ଦରରୁ ଏକ ସ୍ବତନ୍ତ୍ର ହେଲିକପ୍ଟର ଯୋଗେ କଣ୍ଟିଲୋ ନୀଳମାଧବ...

କଣ୍ଟିଲୋରେ ରାଷ୍ଟ୍ରପତି

ନୟାଗଡ଼,୨୪ା୩: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ନିର୍ଦ୍ଧାରିତ ସମୟରେ ବାୟୁସେନାର ସ୍ବତନ୍ତ୍ର ବିମାନରେ ଆସି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ବିମାନବନ୍ଦରରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା।...

ମା’ ହେଲେ କଲେଜ ଛାତ୍ରୀ, ଶୌଚାଳୟରେ ଜନ୍ମ କଲେ ମଲା ଛୁଆ

ନୟାଗଡ଼, ୨୦।୩(ଲୋକନାଥ ମିଶ୍ର): ନୟାଗଡ ଜିଲା ମୁଖ୍ୟ ଚିକିତ୍ସାଳୟର ଶୌଚାଳୟ ପରିସରରେ ମୃତ ଛୁଆ ଜନ୍ମ କରିଛନ୍ତି ଯୁକ୍ତ ତିନି ଦ୍ବିତୀୟ ବର୍ଷର ଛାତ୍ରୀ ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image