Advertisement

କଏଦୀ ପେଟ୍ରୋଲ ପମ୍ପ୍‌ରେ କରିବେ କାମ

ପଟିଆଲା,୪।୬: ପଞ୍ଜାବରେ କଏଦୀଙ୍କୁ ପେଟ୍ରୋଲ ପମ୍ପ୍‌ରେ କାମ କରିବାର ସୁଯୋଗ ଦିଆଯିବ। ସ୍ଥାନୀୟ କେନ୍ଦ୍ରୀୟ ଜେଲ୍‌ରଟ୍ରେନିଂ ସ୍କୁଲ ସମ୍ମୁଖରେ ଥିବା ଥାପ୍ପର ବିଶ୍ୱବିଦ୍ୟାଳୟ ନିକଟରେ ଏହି ପେଟ୍ରୋଲ ପମ୍ପ୍‌ ସ୍ଥାପନ କରାଯିବ। ୭୫ ପ୍ରତିଶତ ଜେଲ୍‌ ଦଣ୍ଡ ଭୋଗୀଥିବା କଏଦୀଙ୍କୁ ଏଠାରେ କାମ କରିବାର ସୁଯୋଗ ମିଳିବ। ଏଠାରେ ମୁକ୍ତ କାରାଗାର ନିର୍ମାଣ କରାଯାଇ କଏଦୀଙ୍କୁ ନିଯୁକ୍ତ କରାଯିବ। ପମ୍ପ୍‌ରେ ୨୪ ଘଣ୍ଟା ସୁରକ୍ଷାକର୍ମୀ ମୁତୟନ ରହିବେ। ଏନେଇ ରାଜ୍ୟ ଜେଲ୍‌ ମନ୍ତ୍ରୀ ସୁଖନିନ୍ଦର ସିଂ ରାନ୍ଧଓ୍ବା ଇଣ୍ଡିଆନ୍‌ ଅଏଲ୍‌ ସହିତ ବୁଝାମଣା ପତ୍ରରେ ସ୍ବାକ୍ଷର କରିଛନ୍ତି। ଏହା ଦେଶର ପ୍ରଥମ ପେଟ୍ରୋଲ ପମ୍ପ୍‌ ହେବ ଯେଉଁଠି କଏଦୀମାନେ ନିଯୁକ୍ତ ହେବେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share