କକାଙ୍କୁ ହତ୍ୟା ଘଟଣା, ଅଭିଯୁକ୍ତ ପୁତୁରା ଗିରଫ

ରୂପ୍‌ସା, ୧୭।୧୨(ଡି.ଏନ.ଏ.)-ବାଲେଶ୍ୱର ଜିଲା ବସ୍ତା ଥାନା ପଳାସିଆ ଗ୍ରାମର ଭାଗବତ ମହାପାତ୍ରଙ୍କୁ ହତ୍ୟା ଅଭିଯୋଗରେ ପୋଲିସ ତାଙ୍କ ପୁତୁରା ଦୀନବନ୍ଧୁ ମହାପାତ୍ରଙ୍କୁ ମଙ୍ଗଳବାର ଗିରଫ କରିଛି। ସୋମବାର ରାତିରେ ପୁତୁରା ଦୀନବନ୍ଧୁ ମାରଣାସ୍ତ୍ରରେ ତାଙ୍କ କକାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ଏ ସଂକ୍ରାନ୍ତରେ ପୋଲିସ ଏକ ମାମଲା (ନଂ. ୪୧୦/୧୯) ରୁଜୁକରି ତଦନ୍ତ ଆରମ୍ଭ କରିଥିଲା।

ଜମିବାଡ଼ି ବିବାଦକୁ ନେଇ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଦୀନବନ୍ଧୁ ଶାବଳ ଦ୍ୱାରା କକା ଭାଗବତ ଓ ତାଙ୍କ ପନତ୍ୀଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ପନତ୍ୀଙ୍କ ସହ ଗୁରୁତର ଆହତ ଭାଗବତଙ୍କୁ ଗାଁ ଲୋକେ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ। ହେଲେ ସେଠାରେ ଭାଗବତଙ୍କ ମୃତ୍ୟୁ ଘଟିଥିଲା। ଏନେଇ ଭାଗବତଙ୍କ ପୁଅ ଦୟାନିଧି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ତଦନ୍ତ ଅଧିକାରୀ ଆଇଆଇସି ଧନେଶ୍ୱର ସାହୁ ଚଢ଼ାଉ କରି ମୟୂରଭଞ୍ଜର ବୈଶିଙ୍ଗା ଥାନା ଅଞ୍ଚଳରୁ ଦୀନବନ୍ଧୁଙ୍କୁ ଗିରଫ କରିଥିଲେ। ମଙ୍ଗଳବାର ଭାଗବତଙ୍କ ମୃତଦେହ ବ୍ୟବଚ୍ଛେଦ କରାଯାଇଛି।