Categories: ବାଣିଜ୍ୟ

କଗ୍ନିଜାଣ୍ଟର ପୂର୍ବତନ ସିଓଓଙ୍କ ବିରୋଧରେ ୩୫ ଲକ୍ଷର ଜରିମାନା

ନୂଆଦିଲ୍ଲୀ,୧୭-୯: ଆମେରିକାର ପୁଞ୍ଜି ବଜାର ନିୟାମକ ସିକ୍ୟୁରିଟିଜ ଆଣ୍ଡ ଏକ୍ସଚେଞ୍ଜ କମିଶନ(ଏସ୍‌ଇସି) କଗ୍ନିଜାଣ୍ଟର ପୂର୍ବତନ ମୁଖ୍ୟ ପରିଚାଳନା ଅଧିକାରୀ(ସିଓଓ) ଶ୍ରୀଧର ତିରୁମ୍ବେଗଦମଙ୍କୁ ଜଣେ ଭାରତୀୟଙ୍କୁ ଲାଞ୍ଚ ଦେବା ଅଭିଯୋଗରେ ୫୦ ହଜାର ଡଲାର( ପ୍ରାୟ ୩୫ ଲକ୍ଷ ଟଙ୍କା) ଜରିମାନା କରିଛି। ଅଭିଯୋଗ ଅନୁଯାୟୀ ତିରୁମ୍ବେଗଦମ କଗ୍ନିଜାଣ୍ଟ ସଲ୍ୟୁସନ୍ସ କର୍ପୋରେଶନର ଅନ୍ୟ ୩ ଜଣ ଅଧିକାରୀଙ୍କ ସହ ମିଶି କମ୍ପାନୀ ପକ୍ଷରୁ ଭାରତର ଜଣେ ଅଧିକାରୀଙ୍କୁ ୨୦ ଲକ୍ଷ ଡଲାର ଲାଞ୍ଚ ଦେବାକୁ ଯୋଜନା ପ୍ରସ୍ତୁତ କରିଥିଲେ। ଚେନ୍ନାଇରେ ବାଣିଜିି୍ୟକ ଅଫିସ୍‌ ଖୋଲିବା ଲାଗି ଅନୁମତି ଦେବାକୁ ଏହି ଲାଞ୍ଚ ଦିଆଯାଇଥା’ନ୍ତା। ନିର୍ଦ୍ଦେଶର ୧୦ ଦିନ ଭିତରେ ସିଓଓଙ୍କୁ ଜରିମାନା ଅର୍ଥ ଦାଖଲ କରିବାକୁ ହେବ।

Share