Categories: ଖେଳ

କଙ୍କଡା ଖାଇବାକୁ ଭଲ ପାଆନ୍ତି ଏହି ମହାନ କ୍ରିକେଟର୍‌

ଭାରତରେ କ୍ରିକେଟ ଖେଳାଳିଙ୍କ ଚାହିଦା ଆକାଶଛୁଆଁ। ଖେଳାଳିଙ୍କ ପ୍ରେମ ସମ୍ପର୍କ ହେଉ କି ଫ୍ୟାଶନ ଷ୍ଟାଇଲ ସବୁବେଳେ ଚର୍ଚ୍ଚାରେ ଥାଏ। ପଡିଆରେ କଠିନ ପରିଶ୍ରମ କରି ଭାରତକୁ ବିଜୟୀ କରୁଥିବା ଖେଳାଳିମାନେ କ’ଣ ଖାଇବାକୁ ଭଲ ପାଆନ୍ତି ତାହା ମଧ୍ୟ ଜାଣିବାକୁ ଇଚ୍ଛୁକ ଥାନ୍ତି ତାଙ୍କ ପ୍ରଶଂସକ। ସାଧାରଣତଃ ଭାରତୀୟ କ୍ରିକେଟରେ ‘ଦ ଓ୍ବାଲ୍‌’ ନାମରେ ପରିଚିତ ରାହୁଲ ଦ୍ରାଭିଡଙ୍କ ବ୍ୟକ୍ତିଗତ ଜୀବନକୁ ନେଇ କେବେ ବି ଚର୍ଚ୍ଚା ହୋଇ ନ ଥାଏ। ଏତେ ବଡ ମହାନ ବ୍ୟାଟ୍ସମ୍ୟାନ୍‌ ହୋଇମଧ୍ୟ ସେ ଗଣମାଧ୍ୟମଠାରୁ ଯଥାସମ୍ଭବ ନିଜକୁ ଦୂରେଇ ରଖିଥାନ୍ତି। ତେବେ ରାହୁଲ କଙ୍କଡା ଖାଇବାକୁ ବେଶ୍‌ ଭଲ ପାଆନ୍ତି। କ୍ରିକେଟ ଖେଳୁଥିବା ସମୟରେ ମଧ୍ୟ ହୋଟେଲରେ କଙ୍କଡା ତରକାରୀ ଅର୍ଡର ଦେଇଥାନ୍ତି ସେ । ଏକ ସାକ୍ଷାତକାରରେ   ପିଲାବେଳୁ ସେ କଙ୍କଡା ଖାଇବାକୁ ବେଶ୍‌ ଭଲ ପାଉଥିବା  କହିଥିଲେ।

Share