Categories: ଜାତୀୟ

କଙ୍ଗନାଙ୍କୁ ଧନ୍ୟବାଦ ଦେଲେ ଆଶା ଦେବୀ

ନୂଆଦିଲ୍ଲୀ,୨୩।୧: ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାନାଓ୍ବତଙ୍କୁ ନିର୍ଭୟାଙ୍କ ମା’ ଆଶା ଦେବୀ ଧନ୍ୟବାଦ ଜଣାଇଛନ୍ତି। ଆହୁରି ମଧ୍ୟ ସେ କଙ୍ଗନାଙ୍କୁ ସମର୍ଥନ କରନ୍ତି ବୋଲି କହିଛନ୍ତି। ସେ କହିଛନ୍ତି ମୁଁ ଜଣେ ମା’, ଦୀର୍ଘ ୭ ବର୍ଷ ହେବ ମୁଁ ନ୍ୟାୟ ପାଇଁ ଅପେକ୍ଷା ରଖିଛି। ମୁଁ ଆଦୌ ମହାନ୍‌ ହେବାକୁ ଚାହୁଁ ନାହିଁ। ସୂଚନା ଅନୁଯାୟୀ, ବଲିଉଡ୍‌ ନାୟିକା କଙ୍ଗନା ନିର୍ଭୟା ଗଣବଳାତ୍କାର ମାମଲାରେ ବରିଷ୍ଠ ଆଇନଜୀବି ଇନ୍ଦିରା ଜୟସିଂଙ୍କୁ ଟାର୍ଗେଟ କରିଥିବା ବେଳେ ଏକ ବିବାଦୀୟ ବୟାନ ଦେଇଥିଲେ। ସେ କହିଥିଲେ ଇନ୍ଦିରା ୪ ଦିନ ପାଇଁ ନିର୍ଭୟା ଗଣବଳାତ୍କାରୀଙ୍କ ସହ ଜେଲରେ ରହିବା ଦରକାର। ଆଉ ଇନ୍ଦିରାଙ୍କ ଭଳି ମହିଳାଙ୍କ ଗର୍ଭରୁ ବଳାତ୍କାରୀ ହିଁ ଜନ୍ମ ନିଅନ୍ତି। ସୂଚନାଯୋଗ୍ୟ, ନିର୍ଭୟା ଗଣବଳାତ୍କାର ମାମଲାରେ ଇନ୍ଦିରା ଜୟସିଂ ଆଶା ଦେବୀଙ୍କୁ କହିଥିଲେ ଦୋଷୀଙ୍କୁ କ୍ଷମା କରିଦିଅ। ଏହାକୁ ନେଇ ଆଶା ଦେବୀ ତଥା ନିର୍ଭୟାଙ୍କା ମା’ କହିଥିଲେ ଏକଥା କହିବାକୁ ଇନ୍ଦିରା କେମିତି ସାହସ କଲେ।

Share