କଙ୍ଗନାଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର

ମୁମ୍ବାଇ: ବଲିଉଡ୍ କୁଇନ୍ କଙ୍ଗନା ରାନାୱତଙ୍କ ଅଭିନୀତ ବହୁ ପ୍ରତିକ୍ଷିତ ଫିଲ୍ମ ‘ଥଲାଇବି’ର ରିଲିଜ୍ ଡେଟ୍ ସାମ୍ନାକୁ ଆସିଛି । କଙ୍ଗନା ସୋସିଆଲ ମିଡିଆରେ ଏକ ପୋଷ୍ଟର ଶେୟାର କରି ଫିଲ୍ମର ରିଲିଜ୍ ଡେଟ୍ ସମ୍ପର୍କରେ କହିଛନ୍ତି । ସେପ୍ଟେମ୍ବର ୧୦ରେ ଫିଲ୍ମ ‘ଥଲାଇବି’ ସିନେମା ହଲରେ ରିଲିଜ୍ କରାଯିବ । ପୋଷ୍ଟରରେ କଙ୍ଗନାଙ୍କ ସହ ଅଭିନେତା ଅରବିନ୍ଦ ସ୍ୱାମୀ ନଜର ଆସିଛନ୍ତି । ଏଥିରେ କଙ୍ଗନାଙ୍କ ଲୁକ୍ ଜବରଦସ୍ତ ରହିଛି । ପ୍ରଶଂସକମାନେ ଦେଖୁଦେଖୁ କମେଣ୍ଟ କରିବାକୁ ଭୁଲି ନାହାନ୍ତି । ଥଲାଇବି ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ଜୀବନି ଉପରେ ଆଧାରିତ । ଆଉ କଙ୍ଗନା ଏଥିରେ ଜୟଲଳିତାଙ୍କ ଭୂମିକାରେ ନଜର ଆସୁଛନ୍ତି । କରୋନା ମହାମାରୀ ପରେ ଧୀରେ ଧୀରେ ସିନେମା ହଲ୍ ଖୋଲିଯାଇଥିବାରୁ ଗୋଟିଏ ପରେ ଗୋଟିଏ ବଲିଉଡ୍ ଫିଲ୍ମ ଏବେ ରିଲିଜ୍ ଅପେକ୍ଷାରେ ରହିଛନ୍ତି । ଏବେ ଅକ୍ଷୟ କୁମାରଙ୍କ ‘ବେଲ ବଟମ’ ଭଲ ବିଜନେସ୍ କରିଥିବା ବେଳେ ଥାଲାଇବିକୁ ନେଇ ମେକର ଡିରେକ୍ଟର ବି ଖୁବ୍ ଆଶାବାଦୀ ଅଛନ୍ତି ।

Share