କଙ୍ଗନାଙ୍କ ବିବାହ ପାଇଁ ବୁକିଂ ସରିଛି ମଣ୍ଡପ: ଅଶ୍ୱିନୀ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରନାଓ୍ବତ ଖୁବ୍‌ଶୀଘ୍ର ବକ୍ସ ଅଫିସ୍‌ରେ ପଙ୍ଗା ନେବାକୁ ଯାଉଛନ୍ତି। ସୋମବାର ମୁମ୍ବାଇରେ ତାଙ୍କର ଅପ୍‌ କମିଂ ଫିଲ୍ମ ‘ଫଙ୍ଗା’ର ଟ୍ରେଲର ରିଲିଜ୍‌ ହୋଇଯାଇଛି। ଏହି ଫିଲ୍ମରେ କଙ୍ଗନା ଜଣେ ବିବାହିତା ମହିଳା ଚରିତ୍ରରେ ନଜର ଆସିବେ। ଯିଏ ପୂର୍ବରୁ କବାଡି ଖେଳାଳୀ ରହିସାରିଛନ୍ତି। ନିର୍ଦ୍ଦେଶକ ଅଶ୍ୱିନୀ ଆୟର ତିଓ୍ବାରିଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ଜାନୁୟାରୀ ୨୪ରେ ପରଦାକୁ ଆସିବ। ତେବେ ଏହି ଫିଲ୍ମରେ ତ କଙ୍ଗନା ବିବାହ କରିସାରିଛନ୍ତି ହେଲେ ରିୟଲ ଲାଇଫ୍‌ରେ ବିବାହକୁ ନେଇ କ’ଣ ପ୍ଲାନିଂ ରହିଛି ବୋଲି ଖବରଦାତା ପ୍ରଶ୍ନ କରିଥିଲେ। ଏହାର ଉତ୍ତରରେ କଙ୍ଗନା ନିଜ ବିବାହର ସମସ୍ତ ପ୍ଲାନିଂ ଓ ଲାଇଫ୍‌ ପାର୍ଟନର ବିଷୟରେ ସବୁ କହିଦେଇଥିଲେ। ଟ୍ରେଲର ରିଲିଜ୍‌ ଅବସରରେ କଙ୍ଗନା କହିଛନ୍ତି, ବିବାହ କେବେ ହେବ ଜଣାନାହିଁ। ହେଲେ ଲାଇଫ ପାର୍ଟନର କିନ୍ତୁ ସବୁ ଗୁଣରେ ତାଙ୍କଠାରୁ ଅଧିକ ରହିବା ଦରକାର। ଯେପରିକି ବୁଦ୍ଧି, ସୌନ୍ଦର୍ଯ୍ୟ ଓ ସବୁଥିରେ ପାରଙ୍ଗମ ରହିବା ଆବଶ୍ୟକ। ସେହି ସମୟରେ ନିର୍ଦ୍ଦେଶକ ଅଶ୍ୱିନୀ ଆୟର ତାଙ୍କ ବିବାହକୁ ନେଇ ନିଜର ମନ୍ତବ୍ୟ ରଖିଥିଲେ। ସେ କହିଛନ୍ତି, ବିବାହ ସମ୍ପର୍କିତ ସବୁ ପ୍ରସ୍ତୁତି ହୋଇସାରିଛି। କଙ୍ଗନାଙ୍କ ବିବାହ କେଉଁଠି ହେବ, ଖାଇବା ମେନୁ କ’ଣ ଏବଂ କେଉଁଠାରୁ ଶପିଂ କରାଯିବ, ସେନେଇ ସମସ୍ତ ଯୋଜନା ହୋଇସାରିଛି। କେବଳ ଅପେକ୍ଷା କଙ୍ଗନାଙ୍କ ଲାଇଫ ପାର୍ଟନରଙ୍କର ବୋଲି ଅଶ୍ୱିନୀ କହିଛନ୍ତି। ଅଶ୍ୱିନୀଙ୍କ ଏହି ବୟାନ ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

Share