କଙ୍ଗନାଙ୍କ ସିକ୍ରେଟ୍‌ ଖୋଲିଲେ ତାଙ୍କ ଭଉଣୀ

ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ୍‌ଙ୍କ ଭଉଣୀ ରଙ୍ଗୋଲୀ ଚନ୍ଦେଲ ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ୍‌ ରହୁଛନ୍ତି। ବେଳେବେଳେ ଟୁଇଟ୍‌ କରି ନିଜ ପରିବାର ବିଷୟରେ କିଛି କହିଥାନ୍ତି। ଏଥର ଭଉଣୀ କଙ୍ଗନାଙ୍କ ବିଷୟରେ ଏକ ସିକ୍ରେଟ୍‌ ପ୍ରକାଶ କରିଦେଇଛନ୍ତି।

ରେଖାଙ୍କ ଜନ୍ମଦିନରେ ବଲିଉଡ୍‌ର ସମସ୍ତ ସେଲିବ୍ରିଟି ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ। କିନ୍ତୁ ରଙ୍ଗୋଲୀ ରେଖାଙ୍କୁ ଭିନ୍ନ ଢଙ୍ଗରେ ଶୁଭେଚ୍ଛା ଜଣାଇଥିଲେ। ସୋସିଆଲ ମିଡିଆରେ ରେଖାଙ୍କୁ ଶୁଭକାମନା ଜଣାଇବା ସହ କଙ୍ଗନାଙ୍କ କିଛି ଫଟୋ ଶେୟାର କରି କ୍ୟାପଶନ୍‌ ଲେଖିଛନ୍ତି, ଆଜି ମୁଁ କଙ୍ଗନାଙ୍କ କିଛି ଗୁପ୍ତ କଥା ସମସ୍ତଙ୍କୁ ଜଣାଇଦେବି। କଙ୍ଗନା ସବୁବେଳେ ରେଖାଙ୍କ ପରି ହେବାକୁ ଚାହିଁଥାନ୍ତି।

ଏଥିରୁ କିଛି ଫଟୋ ଶେୟାର କରୁଛି ଦେଖନ୍ତୁ। ଏମିତି କିଛି ମଜାଳିଆ କଥା କହି ସେ ଟୁଇଟ୍‌ କରିଛନ୍ତି। ଏଥିସହିତ ଦୁଇଭଉଣୀ ଥିବା ଏକ ଫଟୋ ମଧ୍ୟ ଶେୟାର କରିଛନ୍ତି। ଏହି ଫଟୋକୁ ଦେଖି କିଛି ୟୁଜର ପସନ୍ଦ କରିଥିବାବେଳେ ଆଉ କିଛି ଟ୍ରୋଲ ବି କରିଛନ୍ତି। ଜଣେ ୟୁଜର ଲେଖିଛନ୍ତି, ଆପଣଙ୍କ ଫଟୋଗୁଡ଼ିକ ଦେଖିଲୁ କିନ୍ତୁ ରେଖାଙ୍କୁ କପି କରିବା କଙ୍ଗନା ଛାଡ଼ିଦିଅନ୍ତୁ। ସେ କେବେ ବି ରେଖାଙ୍କ ପରି ହୋଇପାରିବେ ନାହିଁ।

Share