କିନଶାସା,୧୨।୯: ଜାତିସଂଘ ଶାନ୍ତି ସେନାରେ ନିୟୋଜିତ ଥିବା ଭାରତୀୟ ଲ୍ୟୁଟନାଟ୍ କର୍ନଲ ଗୌରବ ସୋଲାଙ୍କି ଗତ ୫ ଦିନ ଧରି ନିଖୋଜ ଅଛନ୍ତି। ସେ କଙ୍ଗୋରେ ଜାତିସଂଘ ଶାନ୍ତି ମିଶନରେ ମୁତୟନ ହୋଇଥିଲେ। ଏକ ମିଶନରେ ତାଙ୍କ ଟିମ୍ କିଓ୍ବୁ ଲେକ୍ ଯାଇଥିଲେ। ସମସ୍ତ ଟିମ୍ ସଦସ୍ୟ ଫେରି ଆସିଥିବାବେଳେ ଗୌରବ ଗତ ଶନିବାରଠାରୁ ନିଖୋଜ ରହିଛନ୍ତି। ତାଙ୍କୁ ଖୋଜିବା ପାଇଁ ହାଇସ୍ପିଡ୍ ବୋଟ୍ ଏବଂ ହେଲିକପ୍ଟରର ସହାୟତା ଲୋଡ଼ା ଯାଇଛି। ସୂଚନାଯୋଗ୍ୟ, ବିଦେଶରେ ଜାତିସଂଘ ଶାନ୍ତି ସେନା ପକ୍ଷରୁ କଙ୍ଗୋରେ ସର୍ବାଧିକ ଭାରତୀୟ ଯବାନ ମୁତୟନ ଅଛନ୍ତି। ଉତ୍ତର କେବୁ ପ୍ରଦେଶର ଗୋମାଠାରେ ଭାରତୀୟ ବ୍ରିଗେଡ୍ର ମୁଖ୍ୟାଳୟ ରହିଛି।