କଞ୍ଚା ଆମ୍ବ ପଣା

ଆବଶ୍ୟକ ସାମଗ୍ରୀ- କଞ୍ଚା ଆମ୍ବ- ୪ଟି, ଭଜା ଜିରା ଗୁଣ୍ଡ- ୨ ଚାମଚ, ଗୁଢ଼ କିମ୍ବା ଚିନି ସ୍ବାଦ ଅନୁସାରେ, ପୁଦିନାପତ୍ର- ୧ ବଡ଼ ଚାମଚ, କଳା ଲୁଣ- ୩ ଚାମଚ, ଗୋଲମରିଚ ଗୁଣ୍ଡ- ଅଧା ଛୋଟ ଚାମଚ, ବରଫ ଖଣ୍ଡ- ୫ଟି, ସ୍ବାଦ ଅନୁସାରେ ଲୁଣ।
ପ୍ରସ୍ତୁତି ପ୍ରଣାଳୀ-
ପ୍ରଥମେ କଞ୍ଚା ଆମ୍ବକୁ ଭଲଭାବେ ଗୋଟା ଧୋଇ ପ୍ରେସର କୁକରରେ ୨-୩ଟି ସିଟି ଦେଇ ଭଲଭାବେ ସିଝାଇ ଦିଅନ୍ତୁ। ସିଝା ଆମ୍ବର ଟୋପା ଛଡ଼ାଇ ରସ ବାହାରକରି ରଖନ୍ତୁ। ଏହାକୁ ଭଲଭାବେ ଗୋଳାଇଦିଅନ୍ତୁ। ଏଥିରେ ଭଜା ଜିରାଗୁଣ୍ଡ, ଗୋଲମରିଚ ଗୁଣ୍ଡ ଓ ଚିନି କିମ୍ବା ଗୁଡ଼ ମିଶାନ୍ତୁ। ଏହାପରେ କଳାଲୁଣ ପକାନ୍ତୁ। ଏସବୁ ମିଶାଇବା ପରେ ଏହାକୁ ଗ୍ରାଇଣ୍ଡିଂ କରି କାଢ଼ି ନିଅନ୍ଚୁ। ଆବଶ୍ୟକ ଅନୁସାରେ ପାଣି ମିଶାଇ ସେଥିରେ ବରଫଖଣ୍ଡ ପକାଇ ଦିଅନ୍ତୁ। ଏବେ ଏହି ଆମ୍ବପଣାକୁ ଥଣ୍ଡା ଥଣ୍ଡା ପିଇବାକୁ ଦିଅନ୍ତୁ।