Advertisement

କଟକଣାକୁ ଅଣଦେଖା: ପରିବା ମାକେର୍ଟରେ ଭିଡ଼

ଚଣ୍ଡିଖୋଲ,୪ା୪(ଡି.ଏନ୍.ଏ.)-କରୋନା ଭାଇରସ୍ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ସାରା ଦେଶକୁ ଲକଡାଉନ କରାଯାଇଛି। ସମଦୂରତ୍ୱ ରକ୍ଷା ପାଇଁ ଜୋର ଦିଆଯାଉଛି। କିନ୍ତୁ ଯାଜପୁର ଜିଲା ବଡ଼ଚଣା ବ୍ଲକର ବାଲିଚନ୍ଦ୍ରପୁରସ୍ଥିତ ପରିବା ମାର୍କେଟରେ ଶନିବାର ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ବାଲିଚନ୍ଦ୍ରପୁରଠାରୁ ୧୨ କିମି ଦୂର ବ୍ରହ୍ମବରଦାରେ ଶୁକ୍ରବାର ଜଣେ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ତେଣୁ ଲକଡାଉନ୍ କଟକଣାକୁ ପାଳନ କରିବା ଜରୁରୀ ହୋଇପଡ଼ିଛି। କିନ୍ତୁ କେତେଜଣ ଏହାକୁ ମାନୁ ନ ଥିବାରୁ ଅନ୍ୟମାନଙ୍କ ପ୍ରତି ବିପଦ ଆଶଙ୍କା ରହିଛି। ବାଲିଚନ୍ଦ୍ରପୁରଠାରେ ଏଭଳି ଭିଡ଼କୁ କମାଇବା ପାଇଁ ପ୍ରଶାସନ ନିକଟରେ ସଚେତନ ନାଗରିକମାନେ ଦାବି କରୁଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share