ପୁରୀ ଅଫିସ, ୧୦ା୧୨: ଅଲିଭ୍ ରିଡ୍ଲେ କଇଁଛଙ୍କ ସୁରକ୍ଷା ପାଇଁ ସମୁଦ୍ରରେ ମାଛ ମାରିବା ଉପରେ କଟକଣା ଲଗାଯାଇଛି। ଅଲିଭ୍ ରିଡ୍ଲେଙ୍କ ଆଗମନ ଏବଂ ଅଣ୍ଡାଦାନ ଲାଗି ନଭେମ୍ବର ୧ରୁ ମେ ୩୧ ପର୍ଯ୍ୟନ୍ତ ଏହି କଟକଣା ରହିଛି। ଏହି ସମୟ ମଧ୍ୟରେ ନିଷିଦ୍ଧାଞ୍ଚଳରେ କୌଣସି ଟ୍ରଲର ମାଛ ମାରିପାରିବେ ନାହିଁ ବୋଲି ନିର୍ଦ୍ଦେଶ ଦିଆଯାଇଛି। ହେଲେ ଏହି କଟକଣାକୁ ଅନେକ ସମୟରେ ବେଖାତିର କରି ନିଷିଦ୍ଧାଞ୍ଚଳରେ ମାଛ ମାରୁଛନ୍ତି ଟ୍ରଲର। ମଙ୍ଗଳବାର ଅପରାହ୍ନରେ ପୁରୀ ବେଳାଭୂମିଠାରୁ ମାତ୍ର ୧ କିମି ମଧ୍ୟରେ ସମୁଦ୍ର ମଧ୍ୟରେ ଏକ ଟ୍ରଲର ମାଛ ମାରୁଥିବା ଦେଖିବାକୁ ମିଳିଥିଲା।