କଟକଣାକୁ ବେଖାତିର: ବରୁଣେଇରେ ଭୋଜି

ଖୋର୍ଦ୍ଧା ଅଫିସ,୨୨।୩: କରୋନା ଭୂତାଣୁ ସଂକ୍ରମଣ ମୁକାବିଲା ଲାଗି ଖୋର୍ଦ୍ଧା ଜିଲା ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି। ଧାର୍ମିକ ପୀଠ ଏବଂ ପର୍ଯ୍ୟଟନସ୍ଥଳରେ ଭୋଜିଭାତ ଏବଂ ପର୍ଯ୍ୟଟକଙ୍କ ଆଗମନ ଉପରେ କଟକଣା ଲଗାଯାଇଛି। ତେବେ ଜିଲାର ପ୍ରମୁଖ ପର୍ଯ୍ୟଟନ ସ୍ଥଳ ବରୁଣେଇରେ କଟକଣାକୁ ବେଖାତିର କରି ବାହାର ରାଜ୍ୟର ପର୍ଯ୍ୟଟକ ଓ ଭୋଜିଭାତର ଆୟୋଜନ କରିଥିବା ଦେଖିବାକୁ ମିଳିଥିଲା। ବରୁଣେଇ ଉପରେ ପର୍ଯ୍ୟଟକଙ୍କ ଭିଡ ଲାଗି ରହିଥିବା ବେଳେ ତଳେ ବାଇକ ଓ ଚାରିଚକିିଆ ଯାନ ଅଟୋ ରହିଥିବା ଦେଖିବାକୁ ମିଳିଥିଲା। ପ୍ରଶାସନ ପକ୍ଷରୁ କେବଳ ନିର୍ଦ୍ଦେଶନାମା ଜାରି କରାଯାଉଛି। ଏହାକୁ କାର୍ଯ୍ୟକାରୀ କରାଯାଉନାହିଁ ବୋଲି ସାଧାରଣରେ ମତପ୍ରକାଶ ପାଇଛି।

Share