କଟକଣା ନ ମାନି ୩ ଦୋକାନୀ ଗିରଫ

ଭଣ୍ଡାରିପୋଖରୀ,୧୨ା୪(ଡି.ଏନ୍‌.ଏ.)- ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ରଣଜିତ ଓ ପଟାପୋଲ ଠାରେ ଲାକଡାଉନ ଚାଲିଥିବା ବେଳେ ପ୍ରଶାସନର ବାରଣ ସତ୍ତ୍ୱେ ପାନ ଦୋକାନ ଖୋଲି ବେପାର କରୁଥିବାଅଭିଯୋଗରେ ଭଣ୍ଡାରିପୋଖରୀ ପୋଲିସ ଶନିବାର ଓ ରବିବାର ୩ ଜଣଙ୍କୁ ଗିରଫ କରିଛି। ଶନିବାର ଗିରଫ ୨ଜଣଙ୍କ ନାମରେ ଏକ ମାମଲା(ନଂ.୭୩/୨୦) ରୁଜୁ କରି ରବିବାର କୋର୍ଟ ଚାଲାଣ କରାଯାଇଛି। ସେହିପରି ରବିବାର ଗିରଫ ବ୍ୟକ୍ତିଙ୍କ ନାମରେ ମାମଲା(ନଂ. ୭୪/୨୦) ପରେ ଥାନାରେ ଅଟକ ରଖାଯାଇଛି।