କଟକ ଅଫିସ,୨୫।୩: କରୋନା (କୋଭିଡ୍-୧୯)ର ମୁକାବିଲା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଓଡ଼ିଶାକୁ ଲକ୍ଡାଉନ୍ ଘୋଷଣା କରିଛନ୍ତି। ମାତ୍ର କଟକ ଛତ୍ରବଜାରରେ ଏହି କଟକଣାକୁ ଲୋକେ ମାନୁ ନ ଥିବା ଦେଖିବାକୁ ମିଳୁଛି। ଲକ୍ଡାଉନ୍ ସତ୍ତ୍ୱେ ପ୍ରବଳ ଭିଡ଼ ଜମୁଛି। ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବଜାର ଖୋଲା ରହୁଛି। ଏଣୁ ଅତ୍ୟାବଶ୍ୟକ ସାମଗ୍ରୀ, ସଉଦା ଏବଂ ପରିବା କିଣିବା ପାଇଁ ଲୋକେ ଆସୁଛନ୍ତି। ଭିଡ଼ ଯୋଗୁ କରୋନା ଭୂତାଣୁ ବ୍ୟାପିବା ଆଶଙ୍କା ଥିବାରୁ ପୋଲିସ ପ୍ରଶାସନ ତୁରନ୍ତ ଭିଡ଼ ନିୟନ୍ତ୍ରଣ ଲାଗି ପଦକ୍ଷେପ ନେବାକୁ ଦାବି ହେଉଛି।