କଟକଣା ହେଲା କୋହଳ କିନ୍ତୁ କମୁନି ସଂକ୍ରମଣ: ୩ ଦିନରେ ୭ହଜାରରୁ ଊର୍ଦ୍ଧ୍ୱ ପଜିଟିଭ

ନୂଆଦିଲ୍ଲୀ,୪।୫: ଦେଶରେ କରୋନା ସଂକ୍ରମଣକୁ ନେଇ ୪୦ ଦିନିଆ ଲକ୍‌ଡାଉନ ଅବଧି ପୂରଣ ହେବା ପରେ ଏବେ ଆରମ୍ଭ ହୋଇଛି ଲକ୍‌ଡାଉନ ୩.୦। ଏହା ମେ’ ୧୭ ପର୍ଯ୍ୟନ୍ତ ଲାଗୁ ହୋଇଥିବା ବେଳେ ଏବେ ସଂକ୍ରମିତ ଅଞ୍ଚଳକୁ ୩ଟି ଜୋନ୍‌ରେ ବିଭକ୍ତ କରାଯାଇଛି। ଗ୍ରୀନ୍‌, ଅରେଞ୍ଜ ଓ ରେଡ ଜୋନ୍‌ରେ ପୂର୍ବ ଲକ୍‌ଡାଉନ କଟକଣାରେ ଥିବା ନିୟମରେ କିଛିଟା କୋହଳ ମଧ୍ୟ କରାଯାଇଛି। ହେଲେ ଏବେ ଚିନ୍ତାର କାରଣ ପାଲଟିଛି ଦେଶରେ ବଢିଚାଲିଥିବା ସଂକ୍ରମିତଙ୍କ ସଂଖ୍ୟା। ମେ’ ମାସ ପୂର୍ବରୁ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୪ ହଜାର ଥିବା ବେଳେ ଏବେ ମେ’ ମାସ ପ୍ରଥମ ସପ୍ତାହରେ ଏହି ସଂଖ୍ୟାରେ ଦ୍ରୁତ ବୃଦ୍ଧି ଘଟିଛି। ଗତ ୩ ଦିନ ମଧ୍ୟରେ ୭,୬୮୦ ରୋଗୀ ଚିହ୍ନଟ ହୋଇଥିବା ଜଣାପଡିଛି। ସୂଚନାଯୋଗ୍ୟ, ସୋମବାର ସକାଳ ସୁଦ୍ଧା ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୨,୫୩୩ରେ ପହଞ୍ଚିଛି। ତେବେ ଲକ୍‌ଡାଉନ ୩.୦ ଲାଗୁ ହେବା ପୂର୍ବରୁ ଆଉ କଟକଣାରେ ସମାନ୍ୟ କୋହଳ କରାଯିବା ଆରମ୍ଭ ନ ହେଉଣୁ ଏଭଳି ଭାବେ ସଂକ୍ରମିତଙ୍କ ସଂଖ୍ୟାରେ ବୃଦ୍ଧି ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ଛଳନା ଜାଲରେ ଫସିଗଲା ପାକିସ୍ତାନ: ଜୟଶଙ୍କର

ନୂଆଦିଲ୍ଲୀ,୧୬।୪: ଆତଙ୍କବାଦ ପ୍ରସଙ୍ଗରେ ପାକିସ୍ତାନକୁ ଘେରିଛନ୍ତି ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର। ସେ କହିଛନ୍ତି, ପାକିସ୍ତାନ ନିଜ ଛଳନା ଜାଲରେ ଫସି ଯାଇଛି। ପାକିସ୍ତାନ ତାଲିବାନ...

ଗୋଆରେ ଓଡ଼ିଆ ଯୁବକଙ୍କୁ ହତ୍ୟା

ରାଇଆ(ଗୋଆ)/ ଜୁନାଗଡ଼(ଉତ୍ତମ ଦାସ),୧୬।୪: କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଗୌଡ଼ଛେଣ୍ଡିଆ ଗ୍ରାମର ଖଗେଶ୍ୱର ଶବର(୩୮) ଦିନ ମଜୁରିଆ କାମ କରିବାକୁ ଗୋଆ ଯାଇଥିଲେ। ସେଠାରେ ଏକ...

ପୂର୍ବତନ ବିଧାୟକଙ୍କୁ ଆକ୍ରମଣ ଘଟଣାରେ ୪ ଗିରଫ

ଧର୍ମଶାଳା/କାଏମା,୧୬।୪(ବଟକୃଷ୍ଣ ପରିଡ଼ା/ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କୁ ଆକ୍ରମଣ ଘଟଣାରେ ପୋଲିସ ମଙ୍ଗଳବାର ୪ ଜଣଙ୍କୁ ଗିରଫ କରିଛି।...

Tariff War:ଚାଇନା ଉପରେ ୨୪୫% ଟାରିଫ୍‌ ଲଗାଇବାକୁ ଘୋଷଣା କଲା ଆମେରିକା

ଓ୍ବାଶିଂଟନ,୧୬।୪: ଚାଇନା ଏବଂ ଆମେରିକା ମଧ୍ୟରେ ଟାରିଫ୍‌ ଓ୍ବାର୍‌ ଥମିବାର ନାଁ ଧରୁନି। ବୁଧବାର ହ୍ବାଇଟ ହାଉସ ଦ୍ୱାରା ଜାରି ଏକ ଦଲିଲରେ କୁହାଯାଇଛି,ଆମେରିକା ବିରୋଧରେ...

ନାମାଙ୍କନ ଭରିବେ ନବୀନ: ପୁଣି ହେବେ ସଭାପତି

ଭୁବନେଶ୍ୱର,୧୬।୪: କାଲି ନାମାଙ୍କନ ଭରିବେ ନବୀନ। ବିଜେଡି ସଭାପତି ପଦ ପାଇଁ ପୁଣି ନାମାଙ୍କନ ଭରିବେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୧୯ ତାରିଖରେ...

ଗର୍ଲଫ୍ରେଣ୍ଡଙ୍କ ସହ ବାଗେଶ୍ୱର ବାବାଙ୍କ ଶରଣ ପଶିଲେ ଶିଖର ଧାଓ୍ବନ

ମୁମ୍ବାଇ,୧୬।୪: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ବର୍ତ୍ତମାନ ତାଙ୍କ ନୂତନ ପ୍ରେମିକାଙ୍କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଧାୱନ ସୋଫି ସାଇନଙ୍କୁ ଡେଟ କରୁଛନ୍ତି। ଉଭୟଙ୍କୁ...

ଭୁବନେଶ୍ବରରେ ଅଖିଳେଶ ଯାଦବ: ବଢ଼ୁଛି ରାଜନୈତିକ ଚର୍ଚ୍ଚା

ଭୁବନେଶ୍ୱର,୧୬।୪: ଭୁବନେଶ୍ବରରେ ଉତ୍ତରପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ପହଞ୍ଚିଛନ୍ତି। ତାଙ୍କ ସହ ସ୍ତ୍ରୀ ଏମ୍‌ପି ଡିମ୍ପଲ ଯାଦବ ମଧ୍ୟ ଅଛନ୍ତି। ପୁରୀ ଯାଇ ମହାପ୍ରଭୁଙ୍କୁ...

ଭଉଣୀଙ୍କୁ ଛାଡ଼ି ଫେରୁଥିଲେ, ଅଧାବାଟରେ ଗଲା ଭାଇ ଜୀବନ

ମୋହନା,୧୬।୪(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନା ଛତାଭରି ଗାଁରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବସ୍‌ ସହ ବାଇକ୍‌ ମୁହଁାମୁହିଁ ଧକ୍କା ହେବାଫଳରେ ଜଣଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image