କଟକରୁ ୧୪ ଶହ ବାଇକ ଜବତ, ୨ ଲକ୍ଷ ଜରିମାନା ଆଦାୟ

କଟକ ଅଫିସ,୭।୪: କରୋନା(କୋଭିଡ-୧୯) ଭୂତାଣୁର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପ୍ରକାର କଟକଣା ଜାରି କରାଯାଇଛି। ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ ବଜାରକୁ ବାଇକ ନ ନେବାକୁ ପୋଲିସ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲେ ମଧ୍ୟ ଲୋକେ ଏହାକୁ ମାନୁ ନାହାନ୍ତି। କଟକରେ ଏହି କଟକଣା ଲଗାତାର ଉଲ୍ଲଂଘନ ହେଉଥିବା ଦେଖିବାକୁ ମିଳୁଛି। ସୋମବାର ସକାଳ ୯ଟାରୁ ମଙ୍ଗଳବାର ସକାଳ ୯ଟା ମଧ୍ୟରେ ୧୪୦୮ଟି ବାଇକ୍‌ ଜବତ ହୋଇଛି। ଉକ୍ତ ଗାଡ଼ି ମାଲିକଙ୍କଠାରୁ ଜରିମାନା ଆକାରରେ ୨ ଲକ୍ଷ ୧୧ହଜାର ୫ଶହ ଟଙ୍କା ଆଦାୟ ହୋଇଛି। ତେବେ ବିଭିନ୍ନ ଥାନାରେ କଟକଣା ଉଲ୍ଲଂଘନ ନେଇ ୪ଟି ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି।

Share